ଓଡିଶା

odisha

ETV Bharat / state

ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଚେତିଲା ଓଡିଶା ଅଗ୍ନିଶମ ବିଭାଗ - ଅଗ୍ନିଶମ ବିଭାଗ

ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ 22 ଛାତ୍ରଛାତ୍ରୀ ଆଖି ବୁଜିବା ପରେ ଚେତିଛି ଓଡିଶା ଅଗ୍ନିଶମ ବିଭାଗ । ଏନେଇ ସହରର ବିଭିନ୍ନ କୋଚିଂ ସେଣ୍ଟର ବିଲ୍ଡିଂରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରହିଛି କି ନାହିଁ ତାହା ପରଖିଛି ଓଡିଶା ଅଗ୍ନିଶମ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : May 27, 2019, 7:59 PM IST

କଟକ: ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ 22 ଛାତ୍ରଛାତ୍ରୀ ଆଖି ବୁଜିବା ପରେ ଚେତିଛି ଓଡିଶା ଅଗ୍ନିଶମ ବିଭାଗ । ଏନେଇ ସହରର ବିଭିନ୍ନ କୋଚିଂ ସେଣ୍ଟର ବିଲ୍ଡିଂରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରହିଛି କି ନାହିଁ ତାହା ପରଖିଛି ଓଡିଶା ଅଗ୍ନିଶମ ବିଭାଗ । ଫଳରେ ସୋମବାର ସହରର ବିଭିନ୍ନ କୋଚିଂ ସେଣ୍ଟରରେ ଚଢାଉ କରିଛି ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହି ଚଢାଉରେ କୋଚିଂ ସେଣ୍ଟରକୁ ଆସୁଥିବା ପିଲାମାନେ ଅଗ୍ନିକାଣ୍ଡର ମୁକାବିଲା ପାଇଁ କେତେ ସଚେତନ ତାହା ପରଖିଛି ବିଭାଗ । ସେଣ୍ଟରରେ କୌଣସି ବଡ ଅଘଟଣ ଘଟିଲେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିବାକୁ ବ୍ୟବସ୍ଥା ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିଛି ବିଭାଗ ।

ସୂଚନା ମୁତାବକ ଅଗ୍ନିଶମ ବିଭାଗର 8ଟି ଟିମ୍‌ ସହରର ବିଭିନ୍ନ ସ୍ଥାନରେ କୋଚିଂ ସେଣ୍ଟର ଯାଞ୍ଚ କରିବା ସହ ସେଠାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଟିପ୍ସ ଦେଇଛି । ତେବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୋଚିଂ ସେଣ୍ଟରଙ୍କୁ ନିର୍ଦ୍ଦେଶ ଦେଇଛି ଅଗ୍ନିଶମ ବିଭାଗ । ଅନ୍ୟପଟେ ଯେଉଁ କୋଚିଂ ସେଣ୍ଟର ଅଗ୍ନି ନିରାପତ୍ତାର ବ୍ୟବସ୍ଥା ନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ ତରଫରୁ ଚେତାବନୀ ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details