ଓଡିଶା

odisha

By

Published : Dec 6, 2022, 12:46 PM IST

Updated : Dec 6, 2022, 6:27 PM IST

ETV Bharat / state

OTM ସମ୍ପତ୍ତି ହସ୍ତାନ୍ତର ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ

ଓଟିଏମ ଅଧିଗ୍ରହଣ ମାମଲା । ଓଟିଏମ ସମ୍ପତ୍ତି ରାଜ୍ୟ ସରକାର ନେଲେ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ । ଅଧିକ ପଢନ୍ତୁ

ହାଇକୋର୍ଟରେ ଓଟିଏମ ମାମଲା
ହାଇକୋର୍ଟରେ ଓଟିଏମ ମାମଲା

କଟକ:ହାଇକୋର୍ଟରେ ଓଟିଏମ (Odisha Textile Mills) ମାମଲା । ଓଟିଏମ ସମ୍ପତ୍ତି ହସ୍ତାନ୍ତର ପ୍ରକ୍ରିୟାରେ ପଡିଲା ପୂର୍ଣ୍ଣଚ୍ଛେଦ । ଓଟିଏମ ସମ୍ପତ୍ତି ରାଜ୍ୟ ସରକାର ନେଲେ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । ତେବେ କର୍ମଚାରୀ ଏବଂ ଅନ୍ୟମାନଙ୍କ ବକେୟା ପାଉଣା ନେଇ ଜାରି ରହିବ ଶୁଣାଣି । ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

OTM

ଓଟିଏମକୁ ନେବା ପାଇଁ ଟଙ୍କା ଦାଖଲ କରିଥିଲେ ସୁଦ୍ଧା ନିଜ ଦଖଲକୁ ନେଇ ନଥିଲେ ରାଜ୍ୟ ସରକାର। ତେଣୁ ଡିସେମ୍ବର ୫ ତାରିଖ ସୁଦ୍ଧା ଓଟିଏମକୁ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେବାକୁ ଗତ ୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।। ନଚେତ ମାସିକ ୬ ଲକ୍ଷ ଟଙ୍କାର ତଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। କର୍ମଚାରୀଙ୍କ ବକେୟା ପ୍ରାପ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ୯ ତାରିଖରେ ହାଇକୋର୍ଟଙ୍କୁ ଅବଗତ କରାଯିଵ ବୋଲି ସେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଅଫିସିଆଲ ଲିକୁଡେଟର। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି।

ଓଟିଏମକୁ ନେବା ପାଇଁ ଅଫିସିଆଲ ଲିକୁଡେଟରଙ୍କ ନିକଟରେ ରାଜ୍ୟ ସରକାର ୧୧୫ କୋଟି ଦାଖଲ କରିଥିବା ପୂର୍ବରୁ ହାଇକୋର୍ଟରେ ସତ୍ୟପାଠ ମାଧ୍ୟମରେ ଅବଗତ କରାଯାଇଥିଲା। ରାଜ୍ୟ ସରକାର ପୂର୍ବରୁ ୩୦ କୋଟି ଓ ଇଡ଼କୋ ପକ୍ଷରୁ ୫ କୋଟି ଏମିତି ୩୫ କୋଟି ମଧ୍ୟ ଦାଖଲ କରିଥିଲେ। ନଭେମ୍ବର ୧୩ ତାରିଖରେ ୧୧୫ କୋଟି ଟଙ୍କା ଅଫିସିଆଲ ଲିକୁଡେଟରଙ୍କ ପାଖରେ ଦାଖଲ ହୋଇଥିବା ବେଳେ ଏହି ଟଙ୍କା ଫିକ୍ସ ଡିପୋଜିଟ ଆକାରରେ ରଖାଯାଇଛି। ଏ ସମ୍ପର୍କରେ ପୂର୍ବରୁ ଅଫିସିଆଲ ଲିକୁଡେଟରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଥିଲା।

ଶ୍ରମିକଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ଦାଖଲ ହୋଇଥିବା ଏହି ସତ୍ୟପାଠରେ ରାଜ୍ୟ ସରକାର ଅତିରିକ୍ତ ୧୧୫ କୋଟି ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ସତ୍ୟପାଠରେ ପ୍ରାର୍ଥନା କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପୁଣି ଏହି ୧୧୫ କୋଟି ଟଙ୍କା ଡିପୋଜିଟ କରିଥିଲେ। ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ ହାଇକୋର୍ଟଙ୍କୁ ପୂର୍ବରୁ ମଧ୍ୟ ଅବଗତ କରାଇଥିଲେ। ସେହିପରି ଇଡକୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ କରିଥିବା ଜଣାପଡିଛି। ଡିସେମ୍ବର ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଓଟିଏମକୁ ରାଜ୍ୟସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି।

ଇଟିଭି ଭାରତ, କଟକ

Last Updated : Dec 6, 2022, 6:27 PM IST

ABOUT THE AUTHOR

...view details