କଟକ:ମହଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଉପୁଜିପାରେ କି ସମସ୍ୟା ? ବିଶେଷ କରି ଗତକାଲି(ମଙ୍ଗଳବାର) ସାଲେପୁର କୋର୍ଟରେ ସିଆରପିସିର ଧାରା ୨୦୫ରେ ପିଟିସନ ଦାଖଲ କରିବା ଏବଂ ହାଇକୋର୍ଟର ଦ୍ଵାରସ୍ଥ ହେବା ଘଟଣାକୁ ନେଇ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତାପଙ୍କୁ ଘାରିଛି କି କୋର୍ଟ ଭୟ ? ମାହାଙ୍ଗା ଡବଲ ମର୍ଡର ଘଟଣାରେ ଫସି ଯିବେ କି ପ୍ରତାପ ? ତେବେ କ'ଣ ରହିଛି ଆଇନଗତ ଦିଗ ? ଏନେଇ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟର ଆଇନଜୀବୀ ଆଲୋକ ମହାପାତ୍ର ।
ମାହାଙ୍ଗା ଡବଲ ମର୍ଡର ଘଟଣା । ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା । ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ନାଁରେ ଲାଗିଛି ଦଫା ୩୦୨ । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମଏଫସିରେ କୋର୍ଟରେ ଏହି ମାମଲା ବିଚାରଧିନ ଚାଲିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ପ୍ରତାପ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହେଲେନି ପ୍ରତାପ । ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟରେ ହାଜର ହେଲେ ନାହିଁ ବିଧାୟକ ପ୍ରତାପ ଜେନା । ସ୍ୱାସ୍ଥ୍ୟଗତ କାରଣରୁ କୋର୍ଟଙ୍କୁ ୩ ସପ୍ତାହ ସମୟ ମାଗିଛନ୍ତି ପ୍ରତାପ ।