ଓଡିଶା

odisha

ETV Bharat / state

ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି, ସମ୍ପୃକ୍ତ ବଡ଼ବଡ଼ିଆ ଫସିବା ନେଇ ଆଇନଜୀବୀଙ୍କ ମତ - ଅର୍ଚ୍ଚନା ନାଗ ମାମଲାରେ ଆଇନଜୀବୀଙ୍କ ପ୍ରତିକ୍ରିୟା

ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କରିଛି ଇଡ଼ି । ତେବେ ଏହି ତଦନ୍ତ ସଠିକ ଦିଗରେ ଗଲେ ଏଥିରେ ସମ୍ପୃକ୍ତ ବଡ଼ବଡ଼ିଆଙ୍କ ନାଁ ସାମନାକୁ ଆସିବ ବୋଲି କହିଛନ୍ତି ଆଇନଜୀବୀ । ଅଧିକ ପଢନ୍ତୁ

ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି, ସମ୍ପୃକ୍ତ ବଡ଼ବଡ଼ିଆ ଫସିବା ନେଇ ଆଇନଜୀବୀଙ୍କ ମତ
ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି, ସମ୍ପୃକ୍ତ ବଡ଼ବଡ଼ିଆ ଫସିବା ନେଇ ଆଇନଜୀବୀଙ୍କ ମତ

By

Published : Nov 3, 2022, 10:51 PM IST

କଟକ:ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି । ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ED investigates Archana Nag case) । ତେବେ ଇଡି ଏହି ମାମଲାର ତଦନ୍ତ ଆରମ୍ଭ କରି ଥିବା ବେଳେ ଅର୍ଚ୍ଚନାଙ୍କ ବେଆଇନ ତଥା ପାପ ଅର୍ଜିତ ସମ୍ପତ୍ତିର ପୁରା ତାଲିକା ଇଡ଼ି ହାତରେ ଲାଗିବ ବୋଲି ଆଲୋଚନା ହୋଇଛି । ତଦନ୍ତ ହେବା ପରେ ଏଥିରେ ସମ୍ପୃକ୍ତ ଥିବା ବହୁ ବଡ଼ବଡ଼ିଆ ଫସିବେ ବୋଲି କହିଛନ୍ତି ଆଇନଜୀବୀ ଅରୁଣ ବୁଦ୍ଧିଆ ।

ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି, ସମ୍ପୃକ୍ତ ବଡ଼ବଡ଼ିଆ ଫସିବା ନେଇ ଆଇନଜୀବୀଙ୍କ ମତ

କେବଳ ନଗଦ କାରବାରକୁ ବାଦ ଦେଲେ ବ୍ୟାଙ୍କ ଜରିଆରେ ଅର୍ଚ୍ଚନାଙ୍କ ଦ୍ବାରା ହୋଇଥିବା ବିଭିନ୍ନ ଟ୍ରାଞ୍ଜାକ୍ସନ ବାବଦରେ EDକୁ ଠୋସ ପ୍ରମାଣ ମିଳିବ ଏବଂ ସେହି ଅର୍ଥକୁ କେଉଁମାନେ ଓ କାହିଁକି ଅର୍ଚ୍ଚନାଙ୍କୁ ଦେଇଥିଲେ ଏବଂ ଅର୍ଚ୍ଚନା ସେହି ଅର୍ଥକୁ କେଉଁ ସ୍ଥାନରେ ବିନିଯୋଗ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନଜୀବୀ । ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯେଉଁ ବ୍ୟକ୍ତି ମାନେ କୋଟି କୋଟି ଟଙ୍କା ଦେଉଥିଲେ ସେମାନଙ୍କର ଏହା ସ୍ବଉପାର୍ଜିତ ଧନ ନା ବେଆଇନ ଭାବରେ ରୋଜଗାର କରିଛନ୍ତି ?

ଏହା ବି ପଢନ୍ତୁ- ଅର୍ଚ୍ଚନା ମାମଲାର ତଦନ୍ତ କରୁଛି ଇଡି, ଖୋଲିବ କି ବଡବଡ଼ିଆଙ୍କ ମୁଖା ?

ଯଦି ବେଆଇନ ଭାବରେ ସମ୍ପୃକ୍ତ ବ୍ୟକ୍ତି ରୋଜଗାର କରିଥିବେ ତେବେ ସେସବୁର ବି ତଥ୍ୟ ସଂଗ୍ରହ କରିବ ED । ଆଉ ଯିଏ ବି ଦେଉଥିଲା ଏସବୁ ବେଆଇନ ଭାବରେ କାହିଁକି ଦେଉଥିଲା ? ସମ୍ପୃକ୍ତ ବ୍ୟକ୍ତିଙ୍କର ସମସ୍ତ ତଥ୍ୟ ED ହାତରେ ଲାଗିବ । କେବଳ ସେତିକି ନୁହେଁ ଯଦି ବେଆଇନ ବୋଲି ଜଣାପଡେ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଆଇନଜୀବୀ କହିଛନ୍ତି ।

ଯଦି ED ସଠିକ ଭାବରେ ଘଟଣାର ତଦନ୍ତ କରେ, ତେବେ ଅନେକ ବଡ଼ ବଡ଼ିଆ ଏହା ଦ୍ବାରା ଫସି ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଅର୍ଚ୍ଚନାଙ୍କ ସହ କେବଳ ସେହିମାନେ ହିଁ ସମ୍ପର୍କ ରଖୁଥିଲେ । ଆଉ ଅର୍ଚ୍ଚନା ସେଇମାନଙ୍କୁ ହିଁ ତାର ଫାଶରେ ଫସାଉଥିଲା । ଆଉ କେଉଁ ବଡ଼ବଡ଼ିଆ ଏଥିରେ ସମୃକ୍ତ ଅଛନ୍ତି ତାର ବି ତଥ୍ୟ ପଦାକୁ ଆସିଯିବ ବୋଲି ଆଇନଜୀବୀ କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details