କଟକ:ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସୋମବାର ପୋଷ୍ଟମର୍ଟମ ରିପୋର୍ଟର ଦୃଶ୍ୟମାନ ସାର୍ଟିଫାଇଡ଼ କପି ଦାଖଲ କରାଯାଇଛି । କ୍ରାଇମବ୍ରାଞ୍ଚ ଦ୍ୱାରା ବସ୍ତିରୁ ରେକର୍ଡ କରାଯାଇଥିବା ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡକୁ କୋର୍ଟରେ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ସପ୍ତାହକ ପରେ ମାମଲାର ବିସ୍ତ୍ରୁତ ଶୁଣାଣି ହେବ ବୋଲି ଜଣାପଡିଛି । ତେବେ ସୋମବାର ଏହି ମାମଲାର ଶୁଣାଣି ହୋଇନାହିଁ । ଆଦିତ୍ୟଙ୍କ ଅନ୍ୟତମ ମହିଳା ବାନ୍ଧବୀଙ୍କ ବୟାନ ରେକର୍ଡ ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆଦିତ୍ୟଙ୍କ ମହିଳା ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇ ତାହା ଅଦାଲତରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।