ଓଡିଶା

odisha

By

Published : Dec 15, 2020, 8:30 PM IST

ETV Bharat / state

ହାଇକୋର୍ଟରେ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପରବର୍ତ୍ତୀ ଶୁଣାଣି ଜାନୁଆରୀ ୭

ହାଇକୋର୍ଟରେ ମାନବ ପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଶୁଣାଣି ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୭ ତାରିଖକୁ ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ...

ହାଇକୋର୍ଟରେ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପରବର୍ତ୍ତୀ ଶୁଣାଣି ଜାନୁଆରୀ ୭
ହାଇକୋର୍ଟରେ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପରବର୍ତ୍ତୀ ଶୁଣାଣି ଜାନୁଆରୀ ୭

କଟକ: ଆଜି ହାଇକୋର୍ଟରେ ମାନବ ପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଶୁଣାଣି ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୭ ତାରିଖକୁ ଧାର୍ଯ୍ୟ କରାଯାଇଛି । ଆଦିତ୍ୟଙ୍କ ଅନ୍ୟତମ ଗାର୍ଲଫ୍ରେଣ୍ଡଙ୍କର ବୟାନ ରେକର୍ଡ ହୋଇଛି କି ନାହିଁ, ଯଦି ବୟାନ ରେକର୍ଡ ହୋଇଛି ତାହା ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପୂର୍ବ ଶୁଣାଣି ବେଳେ ଦେଇଥିବା ନିର୍ଦ୍ଦେଶନାମାର ଉତ୍ତର କାହିଁକି ରଖାଯାଇନାହିଁ ବୋଲି କ୍ରାଇମବ୍ରାଞ୍ଚ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି ଅଦାଲତ । ସିଆଇପିସିର ୧୭୪ ଧାରା ଅନୁସାରେ ତଦନ୍ତ ଚାଲିଛି କି ନାହିଁ ଏବଂ ପୋଷ୍ଟ ମର୍ଟମ ରିପୋର୍ଟ ଅନୁସାରେ ଏହା ହୋମିସାଇଡ଼ କି ସୁଇସାଇଡ଼ ତାହା ସ୍ପଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ରିପୋର୍ଟ ସିଲ୍ କଭରରେ କାହିଁକି ରହିଛି ଓ ଏନେଇ ଅଦାଲତଙ୍କ ନିର୍ଦ୍ଦେଶନାମା ଥିଲା କି ସେ ପ୍ରଶ୍ନ ପଚରାଯାଇଛି । ପତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବାପା ଓ ମାଆଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି । ଡିସେମ୍ବର ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସେଦିନ ମାମଲାର ପୁନଃ ଶୁଣାଣି କରାଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details