ଓଡିଶା

odisha

ETV Bharat / state

ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରେ କୋରୋନା ଯୋଦ୍ଧାଙ୍କୁ ମିଳୁନି ସହାୟତା ! - ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟର

କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଷ୍ଟାଫ ନର୍ସ କୋରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ଷ୍ଟାଫ ନର୍ସ ।ଯେଉଁ ନର୍ସ ମାନେ ହସ୍ପିଟାଲରେ ସେବା ଯୋଗାଉଛନ୍ତି,ସେମାନେ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଅଧିକ ପଢନ୍ତୁ...

acharya-harihara-cancer-center-staff-nurses-faces-problems
ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରେ କୋରୋନା ଯୋଦ୍ଧାଙ୍କୁ ମିଳୁନି ସହାୟତା !

By

Published : Jul 1, 2020, 4:43 PM IST

କଟକ: କୋରୋନା ଯୋଦ୍ଧାଙ୍କୁ ମିଳୁନାହିଁ ସହାୟତା । ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଷ୍ଟାଫ ନର୍ସ କୋରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ଷ୍ଟାଫ ନର୍ସ । ଯେଉଁ ନର୍ସ ମାନେ ହସ୍ପିଟାଲରେ ସେବା ଯୋଗାଉଛନ୍ତି, ସେମାନେ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରେ କୋରୋନା ଯୋଦ୍ଧାଙ୍କୁ ମିଳୁନି ସହାୟତା !

କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ କେନ୍ଦ୍ରରେ ଯେଉଁ ନର୍ସ ମାନେ କାର୍ଯ୍ୟ କରୁଛନ୍ତି । ଯେଉଁ ନର୍ସମାନେ ନିଜ ଭଡା ଘରକୁ ଯାଉଛନ୍ତି ସେମାନଙ୍କୁ ଘର ମାଲିକ ମାନେ ପୁରାଇ ଦେଉନାହାନ୍ତି । ସେହିପରି ଯେଉଁମାନେ ନିଜ ଘରୁ ଆସୁଛନ୍ତି ସେମାନେ ବି ନିଜ ଘରକୁ ଯିବାକୁ ସାହସ କରୁନାହାନ୍ତି । କୋରୋନା ପରୀକ୍ଷା ନ କରି ଘରକୁ ଯିବା ସମ୍ଭବପର ନୁହେଁ ବୋଲି ନର୍ସ ମାନେ କହିଛନ୍ତି । ତେବେ ୧୪ ଦିନ ପାଇଁ କାର୍ଯ୍ୟରତ ନର୍ସ ମାନଙ୍କୁ କ୍ବାରେଣ୍ଟାଇନ ରଖିବାକୁ ସେମାନେ ଦାବି କରିଛନ୍ତି ।

ସୂଚନାଥାଉଖି କିଛି ଦିନ ପୂର୍ବରୁ ଷ୍ଟାଫ ନର୍ସମାନେ ଘର କିମ୍ବା କ୍ବାଟର୍ସ ଦେବାକୁ ନିର୍ଦ୍ଦେଶକକୁ ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କ କଥାକୁ ନିର୍ଦ୍ଦେଶକ କର୍ଣ୍ଣପାତ କରିନଥିବା ନର୍ସ ମାନେ ଅଭିଯୋଗ କରିଛନ୍ତି । ସ୍ଥିତି ଏ ଭଳି ହୋଇଛି ଯେ ଡ୍ୟୁଟି ସାରି ହସ୍ପିଟାଲରେ ବିଶ୍ରାମ କରୁଛନ୍ତି ନର୍ସ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details