କଟକ: ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ହେବ ନବକଳେବର । ତିଆରି ହେବ ନୂତନ ବିଲ୍ଡିଂ। 421 ଶଯ୍ୟା ହେବ ଓ 10ଟି ଆଇସିୟୁ ବେଡ଼ ହେବ ବୋଲି ଘୋଷଣା କରିଛନ୍ତି ସ୍ବାସ୍ଥମନ୍ତ୍ରୀ ନବ କିଶୋର ଦାସ ।
ଆଚାର୍ଯ୍ୟ ହରିହର କର୍କଟ ବିଭାଗର ହେବ ନବକଳେବର
ଏସସିବି ମେଡିକାଲ୍ ଲାଗି ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ ହେଉଛି । ସେହିପରି କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ହେବ ନବକଳେବର । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଏସସିବି ପରି ନବକଳେବର ହେବ ଆଚାର୍ଯ୍ୟ ହରିହର କର୍କଟ ବିଭାଗ
ଏସସିବି ମେଡିକାଲ୍ ଲାଗି ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ ହେଉଛି । ଯାହା ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇବ । ସେହିପରି କୋରୋନା ଭାଇରସର ରକ୍ତ ନମୁନା ପରୀକ୍ଷା ଲାଗି ରାଜ୍ୟର କିଛି ମେଡିକାଲରେ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏନେଇ ରାଜ୍ୟବାସୀ ଅଚିନ୍ତାରେ ରୁହନ୍ତୁ ବୋଲି ଆଶ୍ବସନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ