କଟକ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସ କୋର୍ଟ । ୨୦୧୬ ମସିହା ଅଗଷ୍ଟ ୨୮ ତାରିଖରେ କଟକ ସଦର ଅଞ୍ଚଳରେ ଘଟିଥିଲା ଏହି ଅଘଟଣ । ଉକ୍ତ ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ରହିଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।
ଏହି ଦୁଷ୍କର୍ମ ଘଟଣାରେ ୨୦ ଜଣ ସାକ୍ଷୀ ଓ ୨୬ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ । ଏହା ସହିତ କ୍ଷତିପୂରଣ ଆଇନ ଅନୁଯାୟୀ, ପୀଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେଥିରୁ ୪ ଲକ୍ଷ ଟଙ୍କା ୬ ବର୍ଷ ପାଇଁ ଫିକ୍ସ ଡିପୋଜିଟ୍ କରାଯିବ । ଅନ୍ୟ ୩ ଲକ୍ଷ ଟଙ୍କା ନଗଦ ଆକାରରେ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।