କଟକ:ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ ବିଡାନାସୀ ଟ୍ରାଂଜିଟ ହାଉସ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ମହାନଦୀରେ ବୁଡି ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲା ଶଙ୍କର୍ଷଣ ବେହେରା । ଏକ ମୋବାଇଲ ଚୋରି ମାମଲାରେ ପୋଲିସ ତାକୁ ଥାନାକୁ ଆଣିଥିଲା । ପ୍ରଥମେ ତାକୁ ବିଡାନାସୀ ଓ ପରେ କ୍ୟାଣ୍ଟନମେଣ୍ଟ ଥାନାକୁ ନିଆଯାଇଥିଲା । ହେଲେ ଆଜି(ଶୁକ୍ରବାର) ସକାଳୁ ତାକୁ ମେଡିକାଲକୁ ନେବା ବେଳେ ସେ ଫେରାର୍ ହୋଇଯାଇଥିଲା । ଅଭିଯୁକ୍ତ ପୋଲିସ ହେପାଜତରୁ ଫେରାର ହୋଇ ଥାନା ସାମ୍ନାରେ ଥିବା ମହାନଦୀକୁ ଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ପୋଲିସ ହେପାଜତରେ ଶଙ୍କର୍ଷଣଙ୍କୁ ମାଡ଼ ମରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, ‘‘ଶଙ୍କର୍ଷଣଙ୍କୁ ମୋବାଇଲ ଚୋରି ଘଟଣାରେ ଥାନାକୁ ପଚରାଉଚରା କରିବା ପାଇଁ ଅଣାଯାଇଥିଲା। ହେଲେ ପଚରାଉଚରାର କିଛି ସମୟ ମଧ୍ୟରେ ସେ ପାଖରେ ଥିବା ଏକ ପୋଲିସ ଅଧିକାରୀଙ୍କୁ ଧକ୍କା ମାରି ମହାନଦୀରେ ଥିବା ଗଡ଼ଗଡ଼ିଆ ଘାଟକୁ ଦୌଡ଼ି ପଳାଇଥିଲେ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ନଦୀରେ ଦୌଡ଼ି ବାର ଭିଡ଼ିଓ ରହିଛି ସିଏ ଶଙ୍କର୍ଷଣ କି ଆଉ କିଏ ତାହାର ଯାଞ୍ଚ ମଧ୍ୟ କରଯାଉଛି ।"