ଆଠଗଡ଼ ବନଖଣ୍ଡ ହାଜତ ହେପାଯତରେ ମୃତ୍ୟ ଘଟଣା, ଆସିଲା ପୋଷ୍ଟମର୍ଟମ୍ ରିପୋର୍ଟ କଟକ:ଆଠଗଡ଼ ବନଖଣ୍ଡ ହେପାଜତରେ ଅଭିଯୁକ୍ତର ମୃତ୍ୟ ଘଟଣା । ବନ ବିଭାଗ କଷ୍ଟଡିରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣା ଦୁଃଖ ଦାୟକ । ଘଟଣାର ତଦନ୍ତ ପାଇଁ କଞ୍ଜରଭେଟିଭ ରାଙ୍କ୍ର ଜଣେ ଅଫିସରଙ୍କୁ ଆଠଗଡ଼ ପଠାଯାଇଛି । ଆଠଗଡ ଡାକ୍ତରଖାନାରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି , ଆଠଗଡ ଉପଜିଲ୍ଲାପାଳ , ମାଜିଷ୍ଟେଟ୍ ଙ୍କ ସହ ୩ ଜଣ ଡାକ୍ତରଙ୍କ ଉପସ୍ଥିତିରେ ଧନେଶ୍ବର ବେହେରାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ଧନେଶ୍ବରଙ୍କ ଶରିରରେ ମାଡଦାଗ ଥିବା ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପିଙ୍କ ସୂଚନା ଦେଇଛନ୍ତି ।
ତେବେ ପ୍ରେସ ମିଟରେ ସୂଚନା ଦେଇ ଅତିରିକ୍ତ ଏସ୍ପି କୃଷ୍ଣ ପ୍ରସାଦ ପଟ୍ଟନାୟକ କହିଛନ୍ତି, ‘‘ଏହି ଘଟଣାରେ ଆହୁରି ତଦନ୍ତ କରାଯିବା ସହ ଅନେକ କର୍ମଚାରୀ ପଚରାଉଚରା ଚାଲିଛି ।’’ ତେବେ ଗତକାଲି ରାତିରେ ବନବିଭାଗର ହେପାଜତରେ ଥିବା ଧନେଶ୍ୱର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ପୁଲିସ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି ।
ସୂଚନା ଅନୁଯାୟୀ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ବନ ବିଭାଗ ଜଣଙ୍କୁ ଗତକାଲି ଉଠାଇ ଆଣି ଅଟକ ରଖିଥିଲା । କିନ୍ତୁ ରେଞ୍ଜରଙ୍କ ହେପାଜତରେ ଥିବା ଉକ୍ତ ଅଭିଯୁକ୍ତଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହାପରେ ଆଠଗଡ଼ ଥାନା ପୁଲିସ୍ ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଜଣଙ୍କୁ ଉଠାଇ ନେଇଥିଲା । ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା, ସେନେଇ ତଦନ୍ତ ଜାରି ରଖିଛି ଆଠଗଡ଼ ଥାନା ପୋଲିସ । ବିଭିନ୍ନ ଦିଗକୁ ନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ । ଅପରପକ୍ଷରେ ଗୋଟିଏ ପରେ ଗୋଟିଏ ଏଭଳି ବାରମ୍ବାର ଦନ୍ତା ଶିକାରକୁ ନେଇ ବଡ଼ମ୍ବା, ନରସିଂହପୁର ତଥା ଆଠଗଡ଼ ବନଖଣ୍ତ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ଛୋଟ ଦନ୍ତାହାତୀ ଶିକାର ଘଟଣା ବିଭାଗ ପାଇଁ ସମସ୍ୟା ବଢାଇଛି ।
ଏହାପରେ ଆଠଗଡ଼ ଥାନା ପୁଲିସ୍ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ଜଣଙ୍କୁ ଉଠାଇନେଇଥିଲା । ଏଣେ ଖବର ପାଇ ମୃତକଙ୍କ ପରିବାର ଆଠଗଡ଼ ଡାକ୍ତରଖାନାରେ ଆସି ପହଞ୍ଚିଥିବା ପରେ ମୃତକ ଧନେଶ୍ଵରଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖା ଦେଇଥିଲା ଚାପା ଉତେଜନା । ଏହାପରେ ଗ୍ରାମବାସୀ ତଥା ସ୍ଥାନୀୟ ଜନ ସାଧାରଣ ରାସ୍ତାରୋକ କରିଥିଲେ । ବଡ଼ମ୍ବା ଥାନା ବଡ଼ ବାରସିଂ ଓ ଧୋବଣୀ ନାଳ ଛକ ଠାରେ କଟକ ନରସିଂହପୁର 65 ନଂ ରାଜ୍ୟପଥକୁ ଅବରୋଧ କରି ନ୍ୟାୟ ମାଗିଥିଲେ ପରିବାର ।
ଇଟିଭି ଭାରତ, କଟକ