ଓଡିଶା

odisha

ETV Bharat / state

'ମଦ୍ୟପ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କମାଉଛି ଦୁର୍ଘଟଣା' - କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ

କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସାମ୍ବାଦିକ ସମ୍ମିଳନୀ । ମଦ୍ୟପ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ରାଜ୍ୟରେ ଦୁର୍ଘଟଣା ହାର କମାଇଛି । ଏହି ପ୍ରକ୍ରିୟା ଆଗକୁ ଆହୁରି କଡାକଡ଼ି କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Nov 21, 2019, 8:23 PM IST

କଟକ: ମଦ୍ୟପ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ରାଜ୍ୟରେ ଦୁର୍ଘଟଣା ହାର କମିଛି । କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି । ଗତ ସେପ୍ଟେମ୍ବର ମାସରୁ ଚଳିତବର୍ଷ ସେପ୍ଟେମ୍ବର ମାସ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପାଖାପାଖି ଶହେ କମିଛି ବୋଲି ସନ୍ତୋଷ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରାଜ୍ୟର ସମସ୍ତ ଜିଲ୍ଲାରେ ମଦ୍ୟପ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏକ ଲକ୍ଷ ୯୦ ହଜାରରୁ ଅଧିକ ଗାଡି ଯାଞ୍ଚ କରାଯାଇଥିବାବେଳେ ୫ହଜାର ୮ ଶହ ୫୬ ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୧୯୧ ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ମୟୂରଭଞ୍ଜରୁ ୭୦୨ ଜଣ, ଯାଜପୁରରୁ ୬୩୫, ଅନୁଗୁଳରୁ ୩୯୫ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ତେବେ ଏହି ପ୍ରକ୍ରିୟା ଆଗକୁ ଆହୁରି କଡାକଡ଼ି କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ



ABOUT THE AUTHOR

...view details