ଓଡିଶା

odisha

ETV Bharat / state

ଭୋକିଲା ପେଟର ସାଥୀ ଅଭିଷେକଙ୍କ ରୁଟି ବ୍ୟାଙ୍କ

ଭୋକିଲା ଲୋକଙ୍କ ପେଟକୁ ଦାନା ଯୋଗାଇବାକୁ କଟକର ଜଣେ ଛୋଟ ପିଲା ଅଭିନବ ଉପାୟ ଆପଣାଇଛନ୍ତି । ଆଉ ଆରମ୍ଭ କରିଛନ୍ତି ରୁଟି ବ୍ୟାଙ୍କ । ଅଧିକ ପଢନ୍ତୁ....

ଭକିଲା ପେଟର ସାଥି ଅଭିଷେକଙ୍କ ରୁଟି ବ୍ୟାଙ୍କ
ଭକିଲା ପେଟର ସାଥି ଅଭିଷେକଙ୍କ ରୁଟି ବ୍ୟାଙ୍କ

By

Published : Mar 16, 2021, 8:40 PM IST

କଟକ: ଭୋକିଲା ଲୋକଙ୍କ ପେଟକୁ ଦାନା ଯୋଗାଇବାକୁ କଟକର ଜଣେ ସ୍କୁଲ ଛାତ୍ର ଅଭିନବ ଉପାୟ ଆପଣାଇଛନ୍ତି । 12 ବର୍ଷୀୟ ଛାତ୍ର ଅଭିଶେକ ଆରମ୍ଭ କରିଛନ୍ତି ରୋଟି ବ୍ୟାଙ୍କର ପରିକଳ୍ପନା । ନିଜ ଘରୁ ଓ ଆଖପାଖ ଲୋକଙ୍କ ଠାରୁ ସଂଗୃହିତ ରୋଟିକୁ ନେଇ ଆରମ୍ଭ ହୋଇଛି ରୋଟି ବ୍ୟାଙ୍କର ପରିକଳ୍ପନା । ତେବେ ଏହି ରୋଟି କଟକ ସହରର ଗଳିକନ୍ଦିରେ ଖୋଲା ଆକାଶ ତଳେ ରାତି କାଟୁଥିବା କିଛି ଅଭାବି ମଣିଷଙ୍କୁ ଯୋଗାଉଛି ଦାନା ।

ଭକିଲା ପେଟର ସାଥି ଅଭିଷେକଙ୍କ ରୁଟି ବ୍ୟାଙ୍କ

ସମାଜକୁ ଠିକ ଢଙ୍ଗରେ ଚିହ୍ନି ନଥିବା ମାତ୍ର 12 ବର୍ଷୀୟ ଛାତ୍ର ଅଭିଶେକ । ରାତିରେ ବାପାଙ୍କ ସହ ବୁଲୁଥିବା ବେଳେ ରାସ୍ତା କଡରେ ଶୋଇଥିବା ଲୋକଙ୍କ ଅବସ୍ଥା ତାଙ୍କୁ ବେଶ ପ୍ରଭାବିତ କରେ । ସେମାନଙ୍କ ମଧ୍ୟରୁ ଅନେକ ଲୋକେ ଉପାସରେ ଶୋଇଥିବା ଜାଣିବାକୁ ପାଏ ସେ । ଘରକୁ ଆସି ପରିକଳ୍ପନା କରେ ରୁଟି ବ୍ୟାଙ୍କର । ବାପାଙ୍କ ସାହାଯ୍ୟରେ ଛୋଟ ଛୋଟ ବାକ୍ସ ତିଆରି କରି ସାହି ପଡ଼ିଶାଙ୍କୁ ବଳକା ରୋଟି ଦେବାକୁ ଅନୁରୋଧ କରେ। ଆଉ ଏ ସଂଗୃହିତ ରୁଟିକୁ ଧରି ନିଜ ସାଇକେଲରେ ବାହାରି ଯାଏ ସହରର ଗଳିକନ୍ଦି ରାସ୍ତାକୁ। ଯେଉଁଠି ରାସ୍ତା କଡରେ ଭୋକିଲା ଲୋକ ଟିଏ ପାଏ ତା ହାତକୁ ବଢ଼ାଇ ଦିଏ ରୁଟି ପୁଡ଼ିଆ ଟିଏ। ଏହି କୁନି ପିଲାର ରୁଟି ବ୍ୟାଙ୍କ ଆଜି କଟକ ସହରର ଅନେକ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବାରେ ବେଶ ସହାୟକ ହେବାରେ ଲାଗିଛି।

ଅଭିଶେକଙ୍କ ଏପରି ପ୍ରୟାସ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଖାଦ୍ୟ ନଷ୍ଟ କରିବାର ଅଭ୍ୟାସରୁ ମୁକ୍ତି ଦେଇଛି । ଖାଦ୍ୟ ଫୋପାଡିବା ପରିବର୍ତ୍ତେ ସ୍ଥାନୀୟ କିଛି ଲୋକ ଅଭିଷେକର ରୋଟି ବ୍ୟାଙ୍କରେ ଖାଦ୍ୟ ମଧ୍ୟ ଦେବା ଆରମ୍ଭ କରିଛନ୍ତି । ଫଳରେ ଏହି କମ ବୟସର ଛାତ୍ରଟିର ଏହି ପ୍ରାୟାସ ଖାଦ୍ୟ ନଷ୍ଟ ହେବା ପରିବର୍ତ୍ତେ କିଛି ଭୋକିଲା ଲୋକଙ୍କ ଭୋକ ମେଣ୍ଟାଇ ପାରୁଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ , ଇଟିଭି ଭାରତ

ABOUT THE AUTHOR

...view details