ଓଡିଶା

odisha

ETV Bharat / state

କଲେଜ ଛକରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - କଟକ କଲେଜ ଛକ ନିକଟରେ ଅଜଣା ମୃତଦେହ ଉଦ୍ଧାର

କଟକ କଲେଜ ଛକ ନିକଟରେ ଥିବା ସିଡ଼ିଏ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ଜଣେ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ଅଧିକ ପଢନ୍ତୁ...

ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Nov 30, 2020, 6:47 PM IST

କଟକ: ଜଣେ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର । କଟକ କଲେଜ ଛକ ନିକଟରେ ଥିବା ସିଡ଼ିଏ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ବ ବୋଲି ଅନୁମାନ କରାଯାଉଛି । ତେବେ ମୃତ ବ୍ୟକ୍ତିର ପରିଚୟ ମିଳିପାରି ନାହିଁ। ମାଲଗୋଦାମ ଥାନା ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛି। ଏହି ବୃଦ୍ଧ ବ୍ୟକ୍ତି ଜଣକ ଉକ୍ତ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ସୂଚନା ମିଳିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details