ଓଡିଶା

odisha

ETV Bharat / state

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭର ସିଟି, ମଦ ଓ ଡିଜେ ମୁକ୍ତ ହେବ ମା‘ଙ୍କ ଭସାଣି - ମହାନଗର ଶାନ୍ତି କମିଟି

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭର ସିଟି । ମା‘ଙ୍କ ଧରାବତରଣ ପାଇଁ ମହାନଗର ଶାନ୍ତି କମିଟି ତରଫରୁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭର ସିଟି
ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭର ସିଟି

By ETV Bharat Odisha Team

Published : Sep 10, 2023, 7:09 PM IST

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭର ସିଟି

କଟକ:ଆସୁଛି ପାର୍ବଣ ଋତୁ । ପାର୍ବଣ ଋତୁ ପୂର୍ବରୁ ମା‘ଙ୍କ ଆଗମାନ ପାଇଁ କଟକରେ ଚାଲିଛି ଜୋରସୋର ପ୍ରସ୍ତୁତି । ପାର୍ବଣକୁ ନେଇ କଟକ ମହାନଗର ଶାନ୍ତି କମିଟି ତରଫରୁ ଆସନ୍ତା ଦୁର୍ଗାପୂଜା ପାଇଁ ଆୟୋଜିତ ହୋଇଛି ପ୍ରସ୍ତୁତି ବୈଠକ । ‘ମଦ ମୁକ୍ତ ଭସାଣି’ ଆଉ ‘ଡିଜେ ମୁକ୍ତ ରୋଶଣୀ’ ନାରା ନେଇ ଏଥର ଶାନ୍ତି କମିଟି ପାଳନ କରିବ ପାର୍ବଣ ଋତୁ । ପ୍ରଶାସନିକ ସହଯୋଗ ଏବଂ ସିଙ୍ଗଲ୍‌ ୱିଣ୍ଡୋ ଅପରେସନ ମାଧ୍ୟମରେ ଏଥର ସମସ୍ତ ପୂଜା ପାଇଁ ଅନୁମତି ଯାଇଥିବା କହିଛନ୍ତି ପୋଲିସ କମିଶନର ।

ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲା ସମସ୍ତ ନିର୍ବାଚିତ ପ୍ରତିନିଧି, ପୂର୍ବତନ ନିର୍ବାଚିତ ପ୍ରତିନିଧି, ପୋଲିସ କମିଶନର, ଶାନ୍ତି କମିଟିର କର୍ମକର୍ତ୍ତା ସହିତ ସମସ୍ତ ପୂଜାମଣ୍ଡପ ସାମିଲ ହୋଇଥିଲେ । ପୂଜା ସମୟରେ ବିଭିନ୍ନ ସମସ୍ୟାକୁ ନେଇ ଚର୍ଚ୍ଚା କରାଯାଇଥିଲା । ସ୍ୱାଭାବିକ ତଥା ଶାନ୍ତି ଶୃଙ୍ଖଳା ସହିତ ପାର୍ବଣକୁ ପାଳନ କରିବାକୁ ଶାନ୍ତିକମିଟି ତରଫରୁ ସମସ୍ତ ପକ୍ରିୟା ଆରମ୍ଭ ହୋଇ ସାରିଛି ।

ଏହା ମଧ୍ଯ ପଢନ୍ତୁ...ପ୍ରକୃତି ସ୍ବରୂପିଣୀ ଯୋଗମାୟାଙ୍କ ଧରାବତାରଣ ପାଇଁ ଉଠିଲା ମାଟି, ଗଢା ହେବ ମା‘ଙ୍କ ମୃଣ୍ମୟୀ ମୂର୍ତ୍ତି

ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ନାଥ ସାହୁ କହିଛନ୍ତି, "ଚଳିତ ବର୍ଷ ଦୁର୍ଗାପୂଜା 20 ତାରିଖରୁ ଆରମ୍ଭ ହୋଇ 24 ତାରିଖରେ ସରିବ । 25 ତାରିଖରେ ଭସାଣି କରାଯିବ ବୋଲି ଶାନ୍ତି କମିଟି ସଭାରେ ପ୍ରସ୍ତାବ ଗୃହୀତ ହୋଇଛି । ରାତି 12ଟା ପର୍ଯ୍ୟନ୍ତ ମେଲୋଡି ତଥା ଡାକବାଜି ଯନ୍ତ୍ର ବଜାଇବା ନେଇ ପ୍ରଶାସନକୁ ନିବେଦନ କରାଯାଇଛି । ତେବେ ସମସ୍ତ ନିବେଦନ ଉପରେ ସରକାର ନିଷ୍ପତ୍ତି ନେବେ ବୋଲି ପୋଲିସ କମିଶନର କହିଛନ୍ତି । ଅନ୍ୟପଟେ ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତା ଘାଟ ମରାମତି କାଯ୍ୟ ସାରିବାକୁ ପ୍ରତିଶୃତି ଦେଇଛନ୍ତି କଟକ ମହାନଗର ନିଗମ ମେୟର । ଚଳିତ ବର୍ଷ ଦୁର୍ଗାପୂଜା ନିଶ୍ଚିତ ଭାବରେ ମହାଆଡ଼ମ୍ବର ଏବଂ ଶାନ୍ତିଶୃଙ୍ଖଳା ସହିତ ସମାପନ ହେବ ।"

କଟକ ସହର ଚଳିତ ବର୍ଷ ସୃଷ୍ଟି କରିବ ଇତିହାସ । ଶାନ୍ତି ଶୃଙ୍ଖଳା ସହିତ ମଦମୁକ୍ତ ଭସାଣି ଅନୁଷ୍ଠିତ ହେବ। ଆଉ ଡିଜେ ମୁକ୍ତ ରୋଷଣୀ କରି ସାରା ରାଜ୍ୟ ଦିଆଯିବ ଶାନ୍ତି ଆଉ ଭାଇଚାରାର ବ୍ରାତା । 170 ରୁ ମଣ୍ଡପରୁ 29 ମଣ୍ଡପରେ ମା‘ ଙ୍କର ଚାନ୍ଦି ମେଢ ହେବ । ନୃତନ କରି ମହମଦିଆ ବଜାର ଓ କାଫ୍ଲା ବଜାର ପୂଜା କମିଟିରେ ମା‘ ଜଗତ ଜନନୀ ଚାନ୍ଦି ମେଢ଼ରେରେ ନଜର ଆସିବା ନେଇ ପୂଜା କମିଟିଗୁଡ଼ିକୁ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details