ଓଡିଶା

odisha

ETV Bharat / state

ନୟାଗଡ଼ ଶରଣକୁଳ କଙ୍ଗାରୁକୋର୍ଟ ଘଟଣା: ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ନୟାଗଡ଼ ଶରଣକୁଳର ଖଲିପାଟଣାରେ କଙ୍ଗାରୁକୋର୍ଟ ଦ୍ବାରା ବାସନ୍ଦ ହୋଇଥିବା 20 ଟି ପରିବାର ଆଜି ନ୍ୟାୟ ପାଇଁ ଆଜି ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 11, 2019, 3:13 PM IST

କଟକ: ଦୀର୍ଘ ବର୍ଷରୁ କଙ୍ଗାରୁକୋର୍ଟର ଶିକାର ହୋଇ ଆସୁଥିବା 20 ଟି ପରିବାର ଏବେ ନ୍ୟାୟ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ନୟାଗଡ଼ ଶରଣକୁଳର ଖଲିପାଟଣାରେ କଙ୍ଗାରୁକୋର୍ଟ ଦ୍ବାରା ବାସନ୍ଦ ହୋଇଥିବା 20 ଟି ପରିବାର ଆଜି ନ୍ୟାୟ ପାଇଁ ଆଜି ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି।

ହାଇକୋର୍ଟରେ ସେ ଦାୟର କରିଥିବା ମାମଲାରେ ନିଜ ମୌଳିକ ଅଧିକାର ଫେରି ପାଇବା ସହ ଗ୍ରାମରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ପ୍ରାର୍ଥନା କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ 1992 ମସିହାରେ କଙ୍ଗାରୁକୋର୍ଟର ଶିକାର ହୋଇ ବାସଚ୍ୟୁତ ହୋଇଥିବା ପାଖାପାଖି 20 ଟି ପରିବାର ବିଭିନ୍ନ ଫୋରମରେ ନ୍ୟାୟ ପାଇଁ ଆବେଦନ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଫଳରେ ବାଧ୍ୟହୋଇ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଏହାସହ ସେମାନେ ଛାଡି ଯାଇଥିବା ଘର ଓ ଜମି ମଧ୍ୟ ଫେରିପାଇବାକୁ ଆବେଦନ କରିଛନ୍ତି। ରୁଜୁ ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ପୋଲିସ ମହାନିର୍ଦେଶକ, ନୟାଗଡ଼ ଜିଲ୍ଲାପାଳ ଏସପିଙ୍କ ସମେତ 10 ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details