ଓଡିଶା

odisha

By

Published : Oct 12, 2020, 4:42 PM IST

ETV Bharat / state

ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲା; ହାଇକୋର୍ଟରେ ଜବାବ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି।

minor rape case in the capital
ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ

କଟକ: ହାଇକୋର୍ଟରେ ପହଞ୍ଚିଲା ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ଗତ ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ଅଦାଲତଙ୍କୁ ଅବଗତ କରାଯାଇଛି। ଏହାସହ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଏହାସହ ଏହି ସତ୍ୟପାଠରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତାଭାର ଦିଆଯାଇଛି ଓ ୪ ଇନ୍ସପେକ୍ଟର ଏଥିରେ ଏସପିଙ୍କୁ ସହଯୋଗ କରୁଛନ୍ତି। ଅଭିଯୁକ୍ତଙ୍କୁ ପଚରାଉଚାରା କରାଯାଇଛି ଏବଂ ବୟାନ ମଧ୍ୟ ରେକର୍ଡ ହୋଇଛି। ସେମାନଙ୍କ ପଲିଗ୍ରାଫ ପରୀକ୍ଷା ସରିଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଦୁଷ୍କର୍ମ ଘଟଣା ଘଟିବାର ୪ ମାସ ପରେ ମାମଲା ଦାୟର ହୋଇଥିଲା । ଏହି କାରଣରୁ "ବାୟୋଲୋଜିକାଲ" ପ୍ରମାଣ ପାଇବାରେ ସମସ୍ୟା ହେଉଛି । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି ଓ ଏଥିପାଇଁ ସିବିଆଇ କିମ୍ବା ହାଇକୋର୍ଟରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଗଠିତ ଟିମ ଦ୍ବାରା ତଦନ୍ତ ପାଇଁ ପ୍ରାର୍ଥନା ହୋଇଥିଲା ।

ତେବେ ଏହି ମାମଲାଟି ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ତଦନ୍ତ କରାଯିବାର ଆବଶ୍ୟକତା ନଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details