କଟକ: ପୋଲିସ ସାଧାରଣ ଲୋକଙ୍କ ସହ ସୁସମ୍ପର୍କ ରଖିଲେ ସମାଜରୁ ଉଭେଇ ଯିବ ଅପରାଧ । ଅପରାଧ ଦୂର କରିବା ପାଇଁ ସମାଜରେ ସାଧାରଣ ଲୋକ ଏବଂ ପୋଲିସ ଏକତ୍ର କାର୍ଯ୍ଯ କରିବା ନିତ୍ୟାନ୍ତ ଅବଶ୍ୟକ । ସଚେତନତାର ନୈତିକ ବାର୍ତା ବାଣ୍ଟିବା ଦ୍ୱାରା ଏକ ସୁସ୍ଥ ସମାଜ ମଧ୍ୟ ଗଠନ ହେବ । ଏହାଛଡ଼ା ଭାଇଚାରା ଭାବନା ମଧ୍ୟ ସମାଜ ଗଠନରେ ଏକ ମୁଖ୍ୟ ଉପାଦାନ । ଯାହାକୁ ଆଜି ପ୍ରମୁଖ ଦିଗ ରଖିଛି କଟକ ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ସଂଘ । ଆଜି କଟକ ଓସିଏ କନ୍ଫରେନ୍ସ ହଲ୍ରେ ଆୟୋଜିତ ଅବସରପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ସଂଘ ବୈଠକରେ ଏହି ତମାମ ଦିଗରେ ଆଲୋଚନା ହୋଇଛି ।
କିପରି ପୋଲିସ ଓ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ , ସାହି ମୁରବି ଓ ପୂଜା କମିଟି ସହ ଉତ୍ତମ ବୁଝାମଣା ରହିବ ତାହା ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହାସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯେପରି କ୍ୟାନ୍ସର ସଚେତନତା ପ୍ରୋଗ୍ରାମ, ବୃକ୍ଷ ରୋପଣ, ଟ୍ରାଫିକ ସଚେତନତା ଓ ରକ୍ତଦାନ ଭଳି ମହତ ଦିଗକୁ କିପରି କଲ୍ୟାଣ ସମିତି ଆଗମୀ ଦିନରେ ସମାଜରେ କାର୍ଯ୍ୟକାରୀ କରି ପାରିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । ରାଜ୍ୟକୁ ଅପରାଧମୁକ୍ତ କରିବା ପାଇଁ ସାଧାରଣ ଲୋକ ଏବଂ ପୋଲିସକୁ ଆହ୍ବାନ ଦେଇଛନ୍ତି ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ସଂଘ ।