ଓଡିଶା

odisha

ETV Bharat / state

ନକଲି ଅତିରିକ୍ତ କ୍ରାଇମବ୍ରାଞ୍ଚ ଏସପି ଗିରଫ - କଟକ

କ୍ରାଇମବ୍ରାଞ୍ଚ ପୋଲିସର ଅତିରିକ୍ତ ଏସପି ହୋଇ ଲୋକଙ୍କୁ ଲୁଟୁଥିବା ବ୍ୟକ୍ତିକୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ। ଅଧିକ ପଢ଼ନ୍ତୁ...

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

By

Published : Oct 26, 2019, 3:40 AM IST

କଟକ: ନିଜକୁ କ୍ରାଇମବ୍ରାଞ୍ଚ ପୋଲିସର ଅତିରିକ୍ତ ଏସପି ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ସୋରୋଡ଼ା ଗ୍ରାମର କାର୍ତ୍ତିକ ରାଉତରାୟ ।

ନକଲି ଅତିରିକ୍ତ କ୍ରାଇମବ୍ରାଞ୍ଚ ଏସପି ଗିରଫ

ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରିବା ସହ ତାହାଠାରୁ ୭ ଟି ମୋବାଇଲ ଫୋନ, ୨୧ଟି ସିମ୍ କାର୍ଡ, ୧୪ ଟି ବିଭିନ୍ନ ବ୍ୟାଙ୍କର ପାସବୁକ୍, ୯ଟି ଚେକ୍ ବୁକ୍ ବହି, ୧୨ ଟି ଡ଼େବିଟକାର୍ଡ, ଗୋଟିଏ ସୁନା ଚେନ ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ପୋଲିସ।

ସୂଚନା ଅନୁଯାୟୀ କାର୍ତ୍ତିକ ନିଜକୁ କ୍ରାଇମବ୍ରାଞ୍ଚ ପୋଲିସର ଅତିରିକ୍ତ ଏସପି ପରିଚୟ ଦେଇ ଅନେକ ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା। କାର୍ତ୍ତିକ ବିରୋଧରେ ଏହି ଭଳି ମାମଲା ପୁର୍ବରୁ ଜଗତସିଂହପୁର, ଭଦ୍ରକ, ଯାଜପୁର ଭଳି ଅନେକ ଜିଲ୍ଲାରେ ରହିଥିଲା। ତେବେ ଶୁକ୍ରବାର ଆଇପିସିର ଧାରା ୪୧୯, ୪୨୦, ୧୭୦, ୪୬୭, ୪୬୮ ରେ କାର୍ତ୍ତିକକୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଛି କମିସନରେଟ ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details