ଓଡିଶା

odisha

ଟ୍ବିନସିଟିରେ ମାତିଲେ ଲୁଟେରା, ମର୍ଣ୍ଣିଂୱାର୍କ ବେଳେ ଦମ୍ପତିଙ୍କୁ ଲୁଟିଲେ ଦୁର୍ବୃତ୍ତ

By

Published : Apr 7, 2021, 12:28 PM IST

Updated : Apr 7, 2021, 8:13 PM IST

କଟକ ସିଡିଏ-10 ଅଞ୍ଚଳରେ ଜଣେ ଦମ୍ପତିଙ୍କ ଉପରେ ଆକ୍ରମଣ କରି ସୁନା ଲୁଟିନେଲେ ଦୁର୍ବୃତ । ଅଧିକ ପଢନ୍ତୁ...

ମର୍ଣିଂୱାକ ବେଳେ ଦମ୍ପତ୍ତିଙ୍କୁ ଲୁଟିଲେ ଦୁର୍ବୃତ୍ତ
ମର୍ଣିଂୱାକ ବେଳେ ଦମ୍ପତ୍ତିଙ୍କୁ ଲୁଟିଲେ ଦୁର୍ବୃତ୍ତ

କଟକ: ଟ୍ବିନସିଟିରେ ମାତିଲେ କଳା ରଙ୍ଗର ପଲସର ଲୁଟେରା । ଆକ୍ରମଣ କରି ଦମ୍ପତିଙ୍କ ଠାରୁ ସୁନା ଲୁଟିନେଲେ ଦୁର୍ବୃତ୍ତ । କଟକ ସିଡିଏ-10 ଅଞ୍ଚଳରେ ଘଟିଛି ଏହି ଛିନତାଇ ଘଟଣା। ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନା ଲୁଟି ନେଇଥିଲେ ଦୁର୍ବୃତ୍ତ।

ଆହତ ଦମ୍ପତି

ଆଜି(ବୁଧବାର) ମର୍ଣିଂୱାକ କରିବାକୁ ଆସିଥିବା ସମୟରେ ଏକ ପଲସର ବାଇକରେ 3 ଲୁଟେରା ଆସି ଜଣେ ଦମ୍ପତିଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆଉ ତାଙ୍କ ଠାରୁ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆହତ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦମ୍ପତି ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

ମର୍ଣିଂୱାକ ବେଳେ ଦମ୍ପତ୍ତିଙ୍କୁ ଲୁଟିଲେ ଦୁର୍ବୃତ୍ତ

ଉଭୟ ଏବେ ସୁସ୍ଥ ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଲୁଟେରାମାନେ ଆକ୍ରମଣ କରିବା ସମୟରେ ଦମ୍ପତ୍ତି ଜଣକ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ ବି ସ୍ଥାନୀୟ ଲୋକ ସାହାଯ୍ୟ କରିବାକୁ ଆସିନଥିଲେ। ତେବେ ଏନେଇ ସିଡ଼ିଏ ଫେଜ-2 ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ କରୁଛି। ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 7, 2021, 8:13 PM IST

ABOUT THE AUTHOR

...view details