କଟକ:ଫୁଟବଲ ଖେଳର ବିକାଶ ପାଇଁ ଜିଲ୍ଲା କ୍ରୀଡା ସଂସଦର ଫୁଟବଲ ଟାଲେଣ୍ଟ ହଣ୍ଟ ପାଇଲଟ ପ୍ରୋଜେକ୍ଟ-2021ର ଆୟୋଜନ ହୋଇଛି । କଟକରେ ଦିନେ ଫୁଟବଲ ପ୍ରସିଦ୍ଧି ଲାଭ କରିଥିଲା । ବିଶେଷ କରି ସ୍କୁଲ ସ୍ତରର ପିଲାମାନଙ୍କୁ ନେଇ ଫୁଟବଳ ଖେଳର କିପରି ବକାଶ ହୋଇପାରିବ ସେ ନେଇ ଜିଲ୍ଲା ଆସୋସିଏସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଖେଳ ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ କାରୁଆ ସହିତ କଟକ ଜିଲ୍ଲା କ୍ରୀଡା ସଂସଦ ଏମଓୟୁ ସ୍ବାକ୍ଷର କରିଛି ।
ଏହି ସ୍ବାକ୍ଷର ଆସନ୍ତା 5ବର୍ଷ ପାଇଁ ସ୍ବାକ୍ଷରିତ ହୋଇଛି । ରାୟପୁର ଜିଲ୍ଲା ଫୁଟବଲ ଆସୋସିଏସନ ସହିତ ମଧ୍ୟ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହା ସହିତ କୋଲକାତା ତ୍ରିଜିତ ଦାସ ଫୁଟବଲ ଏକାଡେମୀ ସହିତ ଏମଏୟୁ ସ୍ବାକ୍ଷରିତ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ ଆର୍ଶୀବାଦ ବେହେରା ।