ଓଡିଶା

odisha

ବୁଦା ଭିତରୁ ମୃତ ଶିଶୁ କନ୍ୟା ଉଦ୍ଧାର, ହତ୍ୟା ସନ୍ଦେହ

By

Published : Sep 16, 2019, 2:57 PM IST

କଟକ ମାହାଙ୍ଗା ଥାନା ଅଞ୍ଚଳରୁ ମୃତ ଶିଶୁ କନ୍ୟା ଉଦ୍ଧାର । ଶିଶୁଟିକୁ ହତ୍ୟା କରିବା ପରେ ପିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୁଣି ଅଲୋଡା ଶିଶୁ କନ୍ୟା । ମାହାଙ୍ଗା ଥାନା ଅନ୍ତର୍ଗତ ଗୁଣୁପୁର ଗାଁରେ ଏକ ମୃତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । 13 ନଂ ୱାର୍ଡର ଏକ ବୁଦା ମୂଳରେ ପଡିଥିବାବେଳେ କେହି ଜଣେ ମାରି ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଶିଶୁ କନ୍ୟାଟି ପଡିଥିବାର ଦେଖିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଛି । ସେପଟେ ଏହି ସନ୍ତାନ କାହାର ଜଣାପଡିନଥିବାବେଳେ ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details