ଓଡିଶା

odisha

ETV Bharat / state

ଗଡ଼ଗଡ଼ିଆ ଘାଟରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ତଦନ୍ତ ଆରମ୍ଭ - ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ଗଡ଼ଗଡ଼ିଆ ଘାଟ ନିକଟରେ ଥିବା ମହାନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

ମହାନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର
ମହାନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

By ETV Bharat Odisha Team

Published : Aug 30, 2023, 7:50 PM IST

ମହାନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ: ଗଡ଼ଗଡ଼ିଆ ଘାଟ ନିକଟରେ ଥିବା ମହାନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କଲା ତଦନ୍ତ । ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇ ପାରିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, କଟକ ଗଡ଼ଗଡିଆ ଘାଟ ନିକଟ ମହାନଦୀରେ ଭାସୁଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଧ୍ୟାହ୍ନ ସମୟରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ କ୍ୟାଣ୍ଟନ୍‌ମେଣ୍ଟ୍‌ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପାଣି ଭିତରୁ ମହିଳା ଜଣଙ୍କର ମୃତଦେହ ଉଦ୍ଧାର କରିଥିଲେ । ମହିଳା ଜଣଙ୍କର ନାମ ପ୍ରମୋଦିନୀ ଶତପଥୀ ଓ ଘର ବିଡ଼ାନାସୀ ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳରେ ବୋଲି ପୋଲିସ ସୂଚନା ଦେଇଛି ।

ସ୍ଥାନୀୟ ବାସିନ୍ଦା କେ ଶିବା ରାଓ କହିଛନ୍ତି,"ଗତକାଲି(ସୋମବାର) ରିଙ୍ଗବନ୍ଧରେ ଥିବା ଏନ୍‌ସିସି ଘାଟ ନିକଟରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ମହିଳା ଜଣକ । ହେଲେ ତାଙ୍କୁ ଉଦ୍ଧାର କରି ଆମେ ପୋଲିସ ଜିମାରେ ଦେଇଥିଲୁ । ଘାଟକୁ ଗାଧୋଇବାକୁ ଆସି ସେ ବହୁ ସମୟ ଧରି ଘାଟରେ ବସି ରହିଥିଲେ । ଏହା ପରେ ଘାଟକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ଆମେ ତାଙ୍କୁ ଉଦ୍ଧାର କରିଥିଲୁ ।"

ଆସିଷ୍ଟାଣ୍ଟ ଫାୟାର ଅଫିସର୍ ସଞ୍ଜୀବ କୁମାର ବେହେରା କହିଛନ୍ତି, "ଗଡଗଡିଆ ଘାଟର ଉପରେ ମୁଣ୍ଡରେ ଏକ ମୃତଦେହ ଭାସୁଥିବା ସୂଚନା ପାଇ ଆମେ ଉଦ୍ଧାର ଟିମ୍ ପଠାଯଇଥିଲା । ମୃତଦେହ ଉଦ୍ଧାର ପରେ ପୋଲିସକୁ ମୃତଦେହ ହସ୍ତାନ୍ତର କରିଛି । ଏହାପରେ ମୃତୁଦେହକୁ ବ୍ୟବଚ୍ଛେଦ ପାଇଁ ଏସିବି କୁ ପଠାଯାଇଛି ।"

ଅଧିକ ପଢନ୍ତୁ: ୧୦ ମାସର ଝିଅକୁ ଧରି ନଦୀକୁ ଡେଇଁବା ଘଟଣା, ଦିନକ ପରେ ବାପାର ମିଳିଲା ମୃତଦେହ

ତେବେ ନିକଟରେ ୧୦ ମାସର ଝିଅକୁ ଧରି ବାପା ନଦୀକୁ ଡେଇଁବା ପଡିଥିଲା । ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ସର୍ଚ୍ଚ ଅପରେସନ ପରେ ସନ୍ଧ୍ୟା ସମୟରେ ପ୍ରକାଶ ପ୍ରଧାନଙ୍କ ମୃତଦେହ ଉଦ୍ଧାର କରିଥିଲା ବାରଙ୍ଗ ଅଗ୍ନିଶମ । ତେବେ କଟକ ସଦର ଥାନା ଅନ୍ତର୍ଗତ ସିଡୁଆ ନଦୀରରେ ଏହି ଘଟଣା ଘଟିଥିଲା । ପାରିବାରିକ କଳହକୁ ନେଇ ପ୍ରକାଶ ପ୍ରଧାନ ନିଜ ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଥିଲେ । ସୌଭାଗ୍ୟ ବସତଃ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details