କଟକ: ଆଜିଠୁ ଆରମ୍ଭ ହେଉଛି ଟି-20 ବିଶ୍ବକପ ମହାସମର ସୁପର ୧୨ ପର୍ଯ୍ୟାୟ । ପ୍ରଥମ ଦିନରେ ଦୁଇଟି ବଡ଼ ମୁକାବିଲା ରହିଛି । ସୁପର ୧୨ ପର୍ଯ୍ୟାୟ ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ ଓ ଦ୍ବିତୀୟ ମ୍ୟାଚ୍ରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମୁହାଁମୁହିଁ ହେବେ।
ଆଇସକ୍ରିମ କାଠିରେ ଟି20 ବିଶ୍ୱକପ ଟ୍ରଫି ଆସନ୍ତାକାଲି ଭାରତ ଓ ପାକିସ୍ଥାନ ମଧ୍ୟରେ ବହୁପ୍ରତିକ୍ଷିତ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍କୁ ନେଇ ସର୍ବତ୍ର ଉତ୍କଣ୍ଠା ଦେଖିବାକୁ ମିଳୁଛି ।
କଟକରେ ଦୃଶ୍ୟମାନ ହୋଇଛି ଏକ ଆଇସକ୍ରିମ କାଠି ବିଶ୍ଵକପ । ଯାହାକୁ ନିର୍ମାଣ କରିଛନ୍ତି ସିଡିଏ ଅଞ୍ଚଳରେ ରହୁଥିବା ମନୋଜ ସାହୁ । ମୋଟ 50 ଟି ଆଇସକ୍ରିମ କାଠିରେ ତିଆରି ହୋଇଛି ଏହି ବିଶ୍ବକପ ଟ୍ରଫି । ଭାରତକୁ ଚିୟରଅପ୍ କରିବା ପାଇଁ ଏହି ଟ୍ରଫି ନିର୍ମାଣ କରିଛନ୍ତି ମନୋଜ । ଏହି ବିଶ୍ବକପ୍ରେ ଭାରତ ବିଜୟ ଲାଭ କରୁ ବୋଲି ସେ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ