କଟକ : ଖାନନଗର ଠାରେ ପ୍ରସ୍ତାବିତ ବସ ଟର୍ମିନାଲକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ପୂର୍ବରୁ ଦାୟର ହୋଇଥିବା ଶ୍ମଶାନକାଳୀ ମନ୍ଦିର ରିଟ ସହ ଏହି ମାମଲାର ଏକତ୍ରିତ ଶୁଣାଣି ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି ।
ଖାନନଗର ବସ ଟର୍ମିନାଲକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ - ବସ ଟର୍ମିନାଲକୁ ବିରୋଧ କରି ହାଇକୋର୍ଟରେ ମାମଲା
କଟକ ଖାନନଗର ଠାରେ ପ୍ରସ୍ତାବିତ ବସ ଟର୍ମିନାଲକୁ ଚାଲେଞ୍ଜ କରି ହାଇକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଅଧିକ ପଡନ୍ତୁ...
ସମାଜସେବୀ ତଥା ବସ୍ତି ବାସିନ୍ଦା ନେତା ବୃନ୍ଦାବନ ଦାସ ଆଜାଦଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଖାନନଗରରେ ବସ ଟର୍ମିନାଲ କରାଯିବା ସିଡିଏର ପ୍ଲାନ ବିରୋଧୀ ବୋଲି ଏଥିରେ ଦର୍ଶାଯାଇଛି । ସିଡିଏ ପ୍ଲାନ ଅନୁଯାୟୀ ବିଡ଼ାନାସୀରେ ବସଷ୍ଟାଣ୍ଡ ହେବା କଥା । ସେହିପରି ହାଇକୋର୍ଟରେ ପୂର୍ବରୁ ଥିବା ଅନ୍ୟ ଏକ ଜନସ୍ୱାର୍ଥ ମାମଲାରେ ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସତ୍ୟପାଠ କରିଥିଲେ ଯେ, କଟକରେ ବସଷ୍ଟାଣ୍ଡ ଗୋପାଳପୁର ଠାରେ ହେବାକୁ ଅଛି । ଏଭଳି ସ୍ଥିତିରେ ଖାନ ନଗରରେ କାହିଁକି ବସ ଟର୍ମିନାଲ କରିବାକୁ ନିଷ୍ପତ୍ତି ନିଆଗଲା ବୋଲି ଏଥିରେ ପ୍ରଶ୍ନ ଉଠାଇଛନ୍ତି । ତେବେ ନେତାଜୀ ବସ ଟର୍ମିନାଲ ସଂକ୍ରାନ୍ତିୟ ସମସ୍ତ ମାମଲା ଏକତ୍ର ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ