କଟକ: ମହାନଦୀରେ ଗାଧୋଇବା ବେଳେ ଅଘଟଣ । ଜୋବ୍ରା ବ୍ୟାରେଜ ନିକଟରେ ବୁଡି ଜଣେ ବାଳକ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି । ଖବର ପାଇ ଅଗ୍ନିଶମ ବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏଯାଏଁ ନାବାଳକ ଜଣଙ୍କ ପତ୍ତା ମିଳିପାରିନାହିଁ ।
ଯୋବ୍ରାରେ ବୁଡିଗଲେ ନାବାଳକ, ଓଡ୍ରାଫର ଉଦ୍ଧାର କାର୍ଯ୍ୟ ଜାରି - Jobra
ମହାନଦୀରେ ଗାଧୋଇବା ବେଳେ ଯୋବ୍ରା ବ୍ୟାରେଜରେ ବୁଡି ଜଣେ ବାଳକ ନିଖୋଜ । ଅଧିକ ପଢନ୍ତୁ....
ଯୋବ୍ରା ନିକଟରେ ବୁଡିଗଲେ ବାଳକ , ଓଡ୍ରାଫର ଉଦ୍ଧାର କାର୍ଯ୍ୟ ଜାରି
ଯୋବ୍ରା ନିକଟରେ ବୁଡିଗଲେ ବାଳକ , ଓଡ୍ରାଫର ଉଦ୍ଧାର କାର୍ଯ୍ୟ ଜାରିଯୋବ୍ରା ନିକଟରେ ବୁଡିଗଲେ ବାଳକ , ଓଡ୍ରାଫର ଉଦ୍ଧାର କାର୍ଯ୍ୟ ଜାରି
ମିଳିଥିବା ସୂଚନା ଅନୁସାରେ ନାବାଳକ ଜଣଙ୍କ ଗାଧୋଉଥିବା ବେଳେ ବୁଡି ଯାଇଥିବା ସନ୍ଦେହ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ନାବାଳକଙ୍କ ପରିଚୟ ମିଳି ପାରିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଉଦ୍ଧାର କର୍ଯ୍ୟ ଜାରି ରହିଥିବା ଅଗ୍ନିଶମ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ