ନିଆଳି:ଜନ୍ମରୁ ଦେଖିବା ଶକ୍ତି ହରାଇଛନ୍ତିଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ପଞ୍ଚାୟତର ଧନି ଭୋଇ । ଆଖି ନାହିଁ ବୋଲି ଆଧାର କାର୍ଡ ବି ହୋଇପାରୁନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘରଟିଏ ବି ସାତସପନ ହୋଇଛି । କେଇଟା ଟଙ୍କା ଭତ୍ତାକୁ ଛାଡି ଦେଲେ ସମ୍ବଳ ବୋଲି କିଛି ନାହିଁ ଧନି ଭୋଇଙ୍କର । ମାଆ ଓ ଭଉଣୀଙ୍କୁ ନେଇ ଜୀବନ ଜୀଇଁବାକୁ କରୁଛନ୍ତି ସଂଗ୍ରାମ । ଏ ପରିସ୍ଥିତିରେ କେବଳ ସରକାରୀ ସହାୟତା ହିଁ ତାଙ୍କ ଦୁଃଖ ଦୂର କରିପାରିବ ।
ଗରିବ ଅସହାୟଙ୍କ ପାଇଁ ରାଜ୍ୟରେ ସରକାରଙ୍କ ମାଳମାଳ ଯୋଜନା । ହେଲେ ସେ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ । ଯୋଜନାରେ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଗରିବଙ୍କ ପାଖ ମାଡୁ ନାହିଁ ସରକାରୀ ଯୋଜନା । ଯୋଜନାରୁ ବଞ୍ଚିତ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ପଞ୍ଚାୟତର ୧୧ ନମ୍ବର ଓ୍ବାର୍ଡର ଧନି ଭୋଇଙ୍କ ଦୁଃଖ କହିଲେ ନ ସରେ । ୧୨ ବର୍ଷ ତଳେ ବାପାଙ୍କୁ ହରାଇଥିଲେ । ଭଉଣୀ ରେଣୁ ଓ ମାଆଙ୍କୁ ନେଇ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ଧନି । ବୁଢୀ ମାଆ ହିଁ କେବଳ ତାଙ୍କ ଆଶାବାଡି । ହେଲେ ସେ ବି ୨୦ ବର୍ଷ ହେବ ଗୋଟିଏ ଆଖି ହରାଇଛନ୍ତିିି । ଏ ପରିବାର ପାଇଁ ମୁଣ୍ତ ଗୁଞ୍ଜିବାକୁ ନାଁ ଅଛି ପକ୍କା ଘର ନା ମିଳୁଛି ସରକାରୀ ସହାୟତା । ଦୁର୍ଦ୍ଦିନରେ ଦିନ କାଟୁଛି ଏହି ପରିବାର ।