କଟକ: ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କଟକର ଏକ ଘରୋଇ ସ୍କୁଲରେ 9 ଫୁଟ ଉଚ୍ଚତାର ଏକ ଗାନ୍ଧୀମୂର୍ତ୍ତି ଉନ୍ମୋଚିତ ହୋଇଛି । ମହାମହିମ ରାଜ୍ୟପାଳ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିଛନ୍ତି ।
କିପରି ତୃଣମୂଳ ସ୍ତରରେ ସମସ୍ତଙ୍କ ମଧ୍ୟରେ ଗାନ୍ଧିବାଦ ଚେତନା ଜାଗ୍ରତ ହେବ ସେଥିପାଇଁ ସମସ୍ତେ ଗାନ୍ଧୀ ଚେତନାରେ ଅଗ୍ରସର ହେବାର ଆବଶ୍ୟକତା ରହିଛି । ଓଡିଶାକୁ ଗାନ୍ଧୀଜୀ ଆସିବାର 100 ବର୍ଷ ପୂର୍ତ୍ତି ନିକଟରେ କଟକବାସୀ ପାଳନ କରିଛନ୍ତି।