ଓଡିଶା

odisha

ETV Bharat / state

ସିଏମସିରେ 93 କୋରୋନା ପଜିଟିଭ, 75 ହୋମ୍ କ୍ବାରେଣ୍ଟାଇନ - ଚାନ୍ଦିନଚୌକର ଜଣେ ୫୭ ବର୍ଷର ପୁରୁଷ ବ୍ୟକ୍ତି

କଟକ ମହାନଗର ନିଗମ(ସିଏମସି)ରେ ଆଜି ୯୩ଟି କୋରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି । ସେଥିରୁ ୭୫ ଜଣ ହୋମ୍ କ୍ବାରେଣ୍ଟାଇନରୁ ସ୍ପଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

ସିଏମସିରେ 93 କୋରୋନା ପଜିଟିଭ, 75 ହୋମ୍ କ୍ବାରେଣ୍ଟାଇନ
ସିଏମସିରେ 93 କୋରୋନା ପଜିଟିଭ, 75 ହୋମ୍ କ୍ବାରେଣ୍ଟାଇନ

By

Published : Jul 24, 2020, 10:17 PM IST

କଟକ: କଟକ ମହାନଗର ନିଗମ(ସିଏମସି)ରେ ଆଜି ୯୩ଟି କୋରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି । ସେଥିରୁ ୭୫ ଜଣ ହୋମ୍ କ୍ବାରେଣ୍ଟାଇନରୁ ସ୍ପଷ୍ଟ ହୋଇଛନ୍ତି । ୩ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନ ଏବଂ ଜଣେ ପେଡ୍ କ୍ବାରେଣ୍ଟାଇନରୁ ବାହାରିଥିବା ଜଣାପଡିଛି ।

ତେବେ ୧୪ ପଜିଟିଭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବିଡାନାସୀ ଅଞ୍ଚଳର ଜଣେ ୬ ବର୍ଷର ଶିଶୁ, ବାଉରୀ ସାହିର ୫୨ ବର୍ଷର ଜଣେ ପୁରୁଷ ବ୍ୟକ୍ତି, ଓଡିଆ ବଜାର ଅଞ୍ଚଳରୁ ୨ ଜଣ(ଜଣେ ୧୯ ବର୍ଷର ଯୁବକ ଓ ଜଣେ ୩୮ ବର୍ଷର ମହିଳା), ପୁରୁଣା ରାଉସପଟଣାର ୨ ଜଣ(୧୮ ବର୍ଷର ଜଣେ ଯୁବତୀ ଓ ୬୪ ବର୍ଷର ଜଣେ ପୁରୁଷ) ରହିଛନ୍ତି ।

ସେହିପରି ଚାନ୍ଦିନଚୌକର ଜଣେ ୫୭ ବର୍ଷର ପୁରୁଷ ବ୍ୟକ୍ତି, ଖ୍ରୀଷ୍ଟିଆନ ସାହିର ଜଣେ ୨୫ ବର୍ଷର ଯୁବତୀ, ଗୋପାଳପୁର ଅଞ୍ଚଳର ୩୫ ବର୍ଷର ଜଣେ ଯୁବକ, ଶିଖରପୁରର ଜଣେ ୪୭ ବର୍ଷର ପୁରୁଷ, ଗଣ୍ଡରପୁରର ଜଣେ ୪୮ ବର୍ଷର ଯୁବକ, ଗଣ୍ଡରପୁର ନୂଆସାହି ଅଞ୍ଚଳର ଜଣେ ୪୨ ବର୍ଷର ଯୁବକ, ନୂଆବଜାର ଅଞ୍ଚଳର ଜଣେ ୨୬ ବର୍ଷର ଯୁବକ ଓ ଦିୱାନ ବଜାର ଅଞ୍ଚଳର ଜଣେ ୬୫ ବର୍ଷର ବୟସ୍କ ସ୍ଥାନୀୟ ବ୍ୟକ୍ତି କୋରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୫୭୯ ଆକ୍ରାନ୍ତ ବାହାରିଥିବାବେଳେ ୨୪୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୮ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୩୨୯ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details