ଓଡିଶା

odisha

ETV Bharat / state

ଉତ୍କଳ ଗୌରବଙ୍କ 88 ତମ ତିରୋଧାନ ଦିବସ ପାଳିତ - କଟକରେ ମଧୁସୂଦନ ଦାସଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 88 ତମ ତିରୋଧାନ ଦିବସ ପାଳିତ । ଗୋରାକବର ସ୍ଥିତ ସମାଧି ସ୍ଥଳରେ ଏହି ମହାନ ଆତ୍ମାର ସ୍ମୃତି ଚାରଣ କରାଯାଇଛି । ଅଧିକ ପଢ଼ନ୍ତୁ

88th death anniversary celebrate of madhusudan das in cuttack
ଉତ୍କଳ ଗୌରବଙ୍କ 88 ତମ ତିରୋଧନ ଦିବସ ପାଳିତ

By

Published : Feb 4, 2022, 1:05 PM IST

କଟକ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 88 ତମ ତିରୋଧନ ଦିବସ ପାଳିତ। ଗୋରାକବର ସ୍ଥିତ ସମାଧି ସ୍ଥଳରେ ଏହି ମହାନ ଆତ୍ମାର ସ୍ମୃତି ଚାରଣ କରାଯାଇଛି । ଏହି ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।

ଉତ୍କଳ ଗୌରବଙ୍କ 88 ତମ ତିରୋଧନ ଦିବସ ପାଳିତ

ଆଜି କଟକରେ ମଧୁସୂଦନ ଦାସଙ୍କ 88 ତମ ତିରୋଧନ ଦିବସ ପାଳନ କରାଯାଇଛି। ଏନେଇ ମଧୁସୂଦନ ଦାସଙ୍କ ସମାଧି ସ୍ଥଳ ନିକଟରେ ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ମୃତି ଚାରଣ କରାଯାଇଛି। ବର୍ଷ ବର୍ଷ ଧରି ଏହି ମହାନ ପୁରୁଷଙ୍କ ସମାଧିଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଯାହା ଫଳରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ କଟକର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ନିରବ ପ୍ରତିବାଦ କରଯାଇଥିଲା ।

ଭାରତ ଇତିହାସରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ଉତ୍କଳ ଗୌରବଙ୍କ ସମାଧି ପୀଠକୁ ସ୍ମାରକୀ ଭାବରେ ଘୋଷଣା କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ଆଗମୀ ଦିନରେ ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କଟକ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି।

କଟକରୁ ପଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details