ଓଡିଶା

odisha

By

Published : Aug 31, 2019, 6:57 PM IST

ETV Bharat / state

ମହାନଦୀ ପଠାରୁ 8 ଫୁଟିଆ ମୃତ କୁମ୍ଭୀର ଉଦ୍ଧାର

ସ୍ଥାନୀୟ ତିଗିରିଆ ବ୍ଲକ ଶାଳିଜଙ୍ଗା ଗ୍ରାମ ନିକଟସ୍ଥ ମହାନଦୀ କୂଳ ନିକଟରେ ଦେଖିବାକୁ ମିଳିଛି ଏକ ମୃତ କୁମ୍ଭୀର । ତେବେ ଏହି 8ଫୁଟ ଲମ୍ବର ମୃତ କୁମ୍ଭୀରଟି ବନ୍ୟାରେ ଭାସି ଆସିଥିବା 10 କୁମ୍ଭୀରଙ୍କ ମଧ୍ୟରୁ ଗୋଟିଏ ବୋଲି ଅନୁମାନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସ୍ଥାନୀୟ ତିଗିରିଆ ବ୍ଲକ ଶାଳିଜଙ୍ଗା ଗ୍ରାମ ନିକଟସ୍ଥ ମହାନଦୀ କୂଳ ନିକଟରେ ଦେଖିବାକୁ ମିଳିଛି ଏକ ମୃତ କୁମ୍ଭୀର । ଗତ ବନ୍ୟାରେ ସାତକୋଶିଆ ଅଭୟାରଣ୍ୟରେ ବନ୍ୟାପାଣି ପଶିବା ଫଳରେ 10ରୁ ଊର୍ଦ୍ଧ୍ବ କୁମ୍ଭୀର ମହାନଦୀକୁ ଭାସି ଆସିଥିଲେ । ତେବେ ଏହି 8ଫୁଟ ଲମ୍ବର ମୃତ କୁମ୍ଭୀରଟି ସେହି 10 କୁମ୍ଭୀରଙ୍କ ମଧ୍ୟରୁ ଗୋଟିଏ ବୋଲି ଅନୁମାନ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପ୍ରକାଶ ଯେ, ବନ୍ୟାପାଣିରେ ଭାସି ଆସିଥିବା କୁମ୍ଭୀରଙ୍କ ମଧ୍ୟରୁ 3ଟି କୁମ୍ଭୀର ଆଠଗଡ କନ୍ଦରପୁର ଓ ମୁଣ୍ଡୁଳି ବ୍ରିଜ ନିକଟରେ ଭାସୁଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ମତ୍ସ୍ୟଜୀବୀ ମାନେ ଆତଙ୍କିତ ହୋଇ ପଡିଥିବା ଦେଖିବାକୁ ମିଳିଛି । ତେବେ ବନ୍ୟାପାଣି କମିବା ପରେ ବାଙ୍କୀ ବ୍ଲକ ଆନନ୍ଦପୁରଠାରେ ଗତ 10 ଦିନ ତଳେ ଆଉ ଏକ ମୃତ କୁମ୍ଭୀର ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details