କଟକ: କଥାରେ ଅଛି ମୋତେ ଯେତେ ମାଠିବୁ ମାଠ୍ ମୁଁ ସେଇ ଦରପୋଡା କାଠ୍ । କଟକବାସୀଙ୍କ ପାଇଁ ଉକ୍ତିଟି ଯଥାର୍ଥ ଅଟେ । ଏଠାରେ ସୀମା ଲଙ୍ଘିଲେଣି ଅମାନିଆ । ଯେତେ ତଣ୍ଡ ଗଣିଲେ ବି ଭରୁନି ମନ । ଏକା ଜିଦ୍ ରାସ୍ତାକୁ ଓହ୍ଲାଇବେ ଆଉ ତଣ୍ଡ ଗଣିବେ ।
ସରକାରଙ୍କ ଲକଡାଉନ ନିୟମ ଭାଙ୍ଗିବା ଯୁବପିଢିଙ୍କ ଅଭ୍ୟାସ ପାଲଟିଗଲାଣି । କେବଳ ବେକାର ଯୁବକ ନୁହେଁ ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ମାନୁନାହାନ୍ତି ନିୟମ । ସାମଜିକ ଦୂରତ୍ୱ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ବାହାରକୁ ବାହାରୁଛନ୍ତି । ଯାହା ପାଇଁ ପୋଲିସକୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣୁଛନ୍ତି ଏମାନେ ।