ଓଡିଶା

odisha

By

Published : Aug 5, 2021, 7:07 PM IST

Updated : Aug 5, 2021, 7:20 PM IST

ETV Bharat / state

୬୪୧ କୋଟି GST ଠକେଇ ମାମଲା, ଭୁବନେଶ୍ବରରୁ ମାଷ୍ଟରମାଇଣ୍ଡ ଗିରଫ

ବଡ଼ଧରଣର GST ଠକେଇରେ ପୁଣି ଜଣେ ଅଭିଯୁକ୍ତ ଗିରଫ। ୬୪୧ କୋଟିର ଜାଲ ବିଲ ଠକେଇ ରାକେଟ ମାମଲାରେ ତୃତୀୟ ଅଭିଯୁକ୍ତକୁ ଗିରଫ କଲା ସିଟି ଜିଏସଟି ବିଭାଗ। ଅଧିକ ପଢନ୍ତୁ...

୬୪୧ କୋଟି GST ଠକେଇ ମାମଲା, ମାଷ୍ଟରମାଇଣ୍ଡ ଗିରଫ
୬୪୧ କୋଟି GST ଠକେଇ ମାମଲା, ମାଷ୍ଟରମାଇଣ୍ଡ ଗିରଫ

କଟକ: ବଡ଼ ଧରଣର GST ଠକେଇର ତୃତୀୟ ତଥା ମାଷ୍ଟରମାଇଣ୍ଡ ଗିରଫ। ୬୪୧ କୋଟିର ଜାଲ ବିଲ ରାକେଟ ମାମଲାରେ ତୃତୀୟ ଅଭିଯୁକ୍ତକୁ ଗିରଫ କଲା ସିଟି ଜିଏସଟି ବିଭାଗ। ତେବେ ତୃତୀୟ ମାଷ୍ଟର ମାଇଣ୍ଡ ବସନ୍ତ କୁମାର ପଟ୍ଟନାୟକକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ୧୧୫ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇଥିବା ଦୁଇ ଅଭିଯୁକ୍ତ ଗୁରଦୀପ ଡାଙ୍ଗ ଓ ସୂର୍ଯ୍ୟୟ ମୈତ୍ରକୁ ଗତ ଜୁଲାଇ ୧୫ ତାରିଖରେ ଗିରଫ କରିଥିଲା ବିଭାଗ।

ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତଙ୍କ ଘର ରାଉରକେଲାରେ ହୋଇଥିବା ବେଳେ ବସନ୍ତର ଘର ମୟୂରଭଞ୍ଜରେ। ଏହି ଅଭିଯୁକ୍ତମାନେ ଅନ୍ୟମାନଙ୍କ ସହ ମିଶି ୧୬ଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ସୃଷ୍ଟି କରିଥିଲେ। ଷ୍ଟିଲ ଆଇରନ ଓ ଷ୍ଟିଲ ସାମଗ୍ରୀ କିଣୁଥିଲେ। ଇନପୁଟ ଟ୍ୟାକ୍ସ କ୍ରେଡିଟ ମାଧ୍ୟମରେ ୧୧୫ କୋଟି ୧୦ ଲକ୍ଷ ଟଙ୍କା ହାତେଇବାରେ ସକ୍ଷମ ହୋଇଥିଲେ। ଗୁରଦୀପ ରାଉରକେଲାରୁ ଗିରଫ ହୋଇଥିବା ବେଳେ ସୂଜୟ ଭୁବନେଶ୍ୱରରୁ ଗିରଫ ହୋଇଥିଲା। ତେବେ ଫେକ ଆଇଟିସି ହାତେଇବା ପାଇଁ ଏହି ସୁସଙ୍ଗଠିତ ରାକେଟ ଗଠିତ ହୋଇଥିଲା।

ଏହି ନକଲି ପ୍ରତିଷ୍ଠାନଗୁଡିକ ରାଜ୍ୟର ଅନୁଗୋଳ, ରାଉରକେଲା, ବଣାଇ, ଏରସମା, ତ୍ରିତୋଲ, ରିଆମାଳ, ସୁନ୍ଦରଗଡ଼ରେ ରହିଛି। ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ଉଇଙ୍ଗ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କୁ ଗିରଫ କରିଥିବା ବେଳେ ୨୫୪୦୦ ଜଣ ବ୍ୟବସାୟୀଙ୍କ ପଞ୍ଜିକରଣକୁ ରଦ୍ଦ କରିଛି। ରାଜ୍ୟ ଜିଏସଟି ବିଭାଗ ଜୁଲାଇ ୧୬ ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଦୁଇମାସ ବ୍ୟାପି ନକଲି ପଞ୍ଜୀକରଣକୁ ରଦ୍ଦ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ଚଳାଇଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 5, 2021, 7:20 PM IST

ABOUT THE AUTHOR

...view details