ଓଡିଶା

odisha

ପୋଲିସ ନାଁ କହି ଲୁଟିବା ପରେ 6 ଗିରଫ

By

Published : Oct 20, 2019, 4:23 AM IST

Updated : Oct 20, 2019, 4:38 AM IST

କଟକ ବକ୍ସି ବଜାରରେ ପୋଲିସ ନାଁ କହି ନିଜ ସାଙ୍ଗକୁ ଲୁଟୁଥିବା ବାବୁ ନାମକ ଜଣେ ବ୍ୟକ୍ତି ଓ ତାର 5 ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲସ । 32 ଗ୍ରାମର ସୁନା ଚେନ ଓ ନଗଦ 2000 ଟଙ୍କା ନେଇ ଫେରାର ହୋଇଥିଲେ ଏହି ଲୁଟେରା ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ନାଁ କହି ପ୍ରଥମେ ଲୁଟ ଓ ଶେଷରେ ସତରେ ପୋଲିସ ହାତରେ ହିଁ ଧରାପଡିଲେ ଲୁଟେରା ଗ୍ୟାଙ୍ଗ। ଏହିପରି ଏକ ଘଟଣା ଘଟିଛି କଟକ ବକ୍ସି ବଜାରରେ ।

ବକ୍ସି ବଜାରରେ ରହୁଥିବା ବାବୁ ନାମକ ବ୍ୟକ୍ତି ନିଜ ମାମୁଁ ଘର ଜଗତପୁର ଅଞ୍ଚଳରେ ରହିବା ଦିନଠାରୁ ସାଙ୍ଗ ସମ୍ବିତକୁ ଦୀର୍ଘ ଦିନ ଧରି ଲୁଟିବାକୁ ଚାହିଁଥିଲା । ହେଲେ ଯେତେ ଯୋଜନା କରିଥିଲେ ମଧ୍ୟ ସବୁ ଫସର ଫାଟୁଥିଲା । ଚାଲାକ ବାବୁ ଶେଷରେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ହେବାକୁ ଚେଷ୍ଟା କରି ଟଙ୍କା ଲୁଟିବାକୁ ବ୍ଲୁ ପ୍ରିଣ୍ଟ କାଢ଼ିଥିଲା ।

ଶେଷରେ କୌଣସି ପ୍ରଲୋଭନ ଦେଖାଇ ଏକ ନିଛାଟିଆ ସ୍ଥାନକୁ ନେଇ ସମ୍ବିତକୁ ଲୁଟିବାକୁ ଉଦ୍ୟମ କରିଥଲା ବାବୁ । ତାପରେ ସମ୍ବିତକୁ ଘେରିଥିଲେ ନକଲି ପୋଲିସ । ଘଟଣାସ୍ଥଳରୁ ସମ୍ବିତ ପାଖରୁ 32 ଗ୍ରାମର ସୁନା ଚେନ ଓ ନଗଦ 2000 ଟଙ୍କା ନେଇ ଫେରାର ହୋଇଥିଲେ ଏହି ଲୁଟେରା ଦଳ । ତେବେ ବର୍ତ୍ତମାନ 6 ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସଦାଶିବ ମହାନ୍ତି , ସୂର୍ଯ୍ୟ ନାରାୟଣ ଦାସ, ଏସ କେ ମିର୍ଜା, ଅରୁଣ ପ୍ରକାଶ ବାନା , ସୁଜିତ କୁମାର ସାହୁ ଓ ରଞ୍ଜିତ ନାୟକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 20, 2019, 4:38 AM IST

ABOUT THE AUTHOR

...view details