ଓଡିଶା

odisha

ETV Bharat / state

ନଅ ଶହ କୋଟି ଆୟ ଲକ୍ଷ୍ୟରେ ଏଲଆଇସି - ଭାରତୀୟ ଜୀବନବୀମା ନିଗମ

ଚଳିତ ଆର୍ଥିକ ବର୍ଷରେ କଟକ ମଣ୍ଡଳ ଏଲଆଇସି ୯ ଶହ କୋଟି ବାର୍ଷିକ ପ୍ରିମିୟମ ଆୟର ଲକ୍ଷ ରଖିଛି। 63 ତମ ସଂସ୍ଥାପନା ସପ୍ତାହର ଉଦଘାଟନ ଉତ୍ସବରେ ସୂଚନା ପ୍ରଦାନ କରିଛନ୍ତି ମଣ୍ଡଳ ପ୍ରବନ୍ଧକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

By

Published : Sep 4, 2019, 8:04 PM IST

କଟକ: ନୂଆପାଟଣା ସ୍ଥିତ ଏଲଆଇସି ମଣ୍ଡଳ କାର୍ଯ୍ୟାଳୟରେ ଭାରତୀୟ ଜୀବନବୀମା ନିଗମର 63 ତମ ସଂସ୍ଥାପନା ସପ୍ତାହର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷ କଟକ ମଣ୍ଡଳ 5 ଲକ୍ଷ 60 ହଜାର ନୂତନ ପଲିସ ଓ 9ଶହ କୋଟି ପ୍ରଥମ ବାର୍ଷିକ ପ୍ରିମିୟମ ଆୟର ଲକ୍ଷ ରଖିଛି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,କଟକ

ଡିଭିଜନ 2018-19 ଆର୍ଥିକ ବର୍ଷରେ ସର୍ବାଧିକ ନୂତନ ପଲିସ କରି ସର୍ବଭାରତୀୟ ସ୍ଥରରେ ପଲିସି ସଂଖ୍ୟାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ସେହିପରି ଦାବି ପ୍ରଦାନରେ ମଧ୍ୟ କଟକ ମଣ୍ଡଳ ମାର୍ଚ୍ଚ 2019 ସୁଦ୍ଧା ପରିପକ୍ବ ଦାବି ଓ ପଲିସି ଅବଧି ଦାବିର 96.5 ପ୍ରତିଶତ ଏବଂ ମୃତ୍ୟୁକାଳୀନ ଦାବିର 99.99 ପ୍ରତିଶତ ସମାଧାନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ମଣ୍ଡଳ ପ୍ରବନ୍ଧକ ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଜନସାଧାରଣଙ୍କ ପାଇଁ ଅନେକ ଆକର୍ଷଣୀୟ ପଲିସ କରାଯିବ ବୋଲି ଉଦଘାଟନୀ ଉତ୍ସବରେ କହିଛନ୍ତି ମଣ୍ଡଳ ପ୍ରବନ୍ଧକ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details