ଓଡିଶା

odisha

ETV Bharat / state

'ବାଲିଯାତ୍ରାରେ 5Tକୁ ଗୁରୁତ୍ବ ଦିଆଯିବ' - କଟକ ବାଲିଯାତ୍ରା

ଆସନ୍ତା ମାସ 12 ତାରିଖରେ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ବାଲିଯାତ୍ରା । ତେବେ ଚଳିତବର୍ଷ ବାଲିଯାତ୍ରାରେ 5T କୁ ବେଶ ଗୁରୁତ୍ବ ଦିଆଯିବ । ଏଥିସହ ପଥ ଉତ୍ସବକୁ ସ୍ଥାନ ଦେଇଛି ଜିଲ୍ଲା ପ୍ରଶାସନ ।

ବାଲିଯାତ୍ରା

By

Published : Oct 24, 2019, 3:05 PM IST

କଟକ: ଚଳିତବର୍ଷ ବାଲିଯାତ୍ରା ଆସନ୍ତା ମାସ 12 ତାରିଖରେ ଆରମ୍ଭ ହେବ । ଏହାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ତ୍ବରିତ କରାଯାଇଛି । ତେବେ ଚଳିତବର୍ଷ ବାଲିଯାତ୍ରାରେ 5T କୁ ବେଶ ଗୁରୁତ୍ବ ଦିଆଯିବା ନେଇ କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ବାଲିଯାତ୍ରାରେ 5T କୁ ବେଶ ଗୁରୁତ୍ବ ଦିଆଯିବା ନେଇ କହିଛନ୍ତି ଜିଲ୍ଲାପାଳ


କାରଣ ଏହି ଯୋଜନା ଏବେ ରାଜ୍ୟରେ ବେଶ ପରିଲକ୍ଷିତ ହେଉଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି 5ଟି ବ୍ୟବସ୍ଥାକୁ ମଧ୍ୟ ବାଲିଯାତ୍ରାରେ ସ୍ଥାନ ଦିଆଯାଇଛି । ଯାହାଦ୍ବାରା ଉଭୟ ବ୍ୟବସାୟୀ ଓ ଖାଉଟିଙ୍କ ପାଇଁ ବେଶ ହିତକର ହେବ ।


ଏହାଛଡା ବାଲିଯାତ୍ରାରେ ପଥ ଉତ୍ସବକୁ ସ୍ଥାନ ଦେଇଛି ଜିଲ୍ଲା ପ୍ରଶାସନ । ତେବେ ଏହି 8 ଦିନ ଲୋକମାନେ ବେଶ ମଜା ଉଠାଇବା ନିଶ୍ଚିତ ବୋଲି ଆଶା ରଖିଛି ପ୍ରଶାସନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details