କଟକ: ଆଠଗଡ଼ରେ 5T ସଚିବ ଭିକେ ପାଣ୍ଡିଆନ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ । ସ୍ବତନ୍ତ୍ର ବିମାନରେ ଆଠଗଡ଼ ହେଲିପ୍ୟାଡ୍ରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିବା ସହ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ 5T ସଚିବ । ଅନ୍ୟପଟେ ଏହି ଗସ୍ତ ସମୟରେ ଆଠଗଡ଼ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ 5T ସଚିବଙ୍କୁ ବିରୋଧ କରଯାଇଛି । ଯାହା ଫଳରେ ସେମାନଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଛି ପୋଲିସ ।
ଏହା ମଧ୍ୟ ପଢ଼ନ୍ତୁ...ସରକାରୀ କାର୍ଯ୍ୟକ୍ରମ ନାଁରେ ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି 5T ସଚିବ: ଛାତ୍ର କଂଗ୍ରେସ
ତେବେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ 'ଗ୍ରାଉଣ୍ଡ୍ ଜିରୋ'ରେ ଲୋକଙ୍କ ସହ ମିଶିବା ସହ ସାଧାରଣ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । କଟକର ଆଠଗଡ଼ ନିର୍ବାଚନମଣ୍ଡଳୀର ଆଠଗଡ଼ ମିନି ଷ୍ଟାଡିୟମଠାରେ ହେଲିକ୍ୟାପ୍ଟର ଯୋଗେ ପହଞ୍ଚିଥିଲେ ସଚିବ । 5T ସଚିବଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ଜିଲ୍ଲାପାଳଙ୍କ ସହ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଆଠଗଡ଼ ଗୋପବନ୍ଧୁ ମହିଳା କଲେଜ ପାଖ ମିନି ଷ୍ଟାଡିୟମଠାରେ ଜନ ଅଭିଯୋଗ ଶୁଣାଣିରେ ଅନେକ ଅଭିଯୋଗ ଶୁଣିବା ସହ ଖୁବଶୀଘ୍ର ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।