କଟକ: ଆଜି ଆନନ୍ଦ ଉଲ୍ଲାସ ଓ ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ରଙ୍ଗ ଖେଳରେ ମସଗୁଲ ସଭିଏଁ । କୋଭିଡ ମହାମାରୀର ଦୁଇ ବର୍ଷ ପରେ ଧୁମଧାମରେ ରଙ୍ଗର ପର୍ବ ହୋଲି ପାଳନ ଚାଲିଛି । ହୋଲି ପାଳନ ସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡାଇବାକୁ ଆଜି ଟ୍ବିନସିଟିରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କଟକ ଓ ଭୁବନେଶ୍ବରରେ ପୋଲିସ ଛାଉଣୀ କରାଯାଇଛି । ଉଭୟ ସହରର ଏଣ୍ଟ୍ରି ପଏଣ୍ଟରେ ଚେକ ପଏଣ୍ଟ ରଖାଯାଇଥିଲା ବେଳେ ପାଟ୍ରୋଲିଂ ଗାଡି ଅହରହ ବୁଲି ଲୋକଙ୍କ ଗତି ବିଧି ଉପରେ ନଜର ରଖୁଛି ।
କୋଭିଡର ଭୟାବହତାଠାରୁ ଦୂରରେ ରହି ଚଳିତ ବର୍ଷ ଆନନ୍ଦ ଉଲ୍ଲାସ ସହକାରେ ଲୋକମାନେ ରଙ୍ଗର ପର୍ବ ମନାଉଛନ୍ତି । ଟ୍ବିନସିଟିରେ ଶାନ୍ତିଶୃଙ୍ଖଳା ସହ ହୋଲି ପାଳନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବିଶେଷକରି ଛକ ଛକରେ ପୋଲିସ ମୁତୟନ ହୋଇ ଚେକିଂ କରିବେ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସହ୍ୟ କରାଯିବନି ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିବା ସହ ନିୟମନକୁ ମାନି ସଚତେନ ହୋଇ ରଙ୍ଗ ଖେଳିବାକୁ ଅପିଲ୍ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: Holi 2023: ହୋଲି ରଙ୍ଗରେ ରଙ୍ଗାୟିତ ହେଲେ ଋଷ-ୟୁକ୍ରେନ, ମାଉଣ୍ଟଆବୁରୁ ଦେଲେ ଶାନ୍ତିର ବାର୍ତ୍ତା