ଓଡିଶା

odisha

ETV Bharat / state

ନିଆଳିରେ ‘ଏଥର ବିଜେପି’ !

ନିଆଳିରୁ ବିଜେପି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକଙ୍କ କଣ ରହିଛି ନିର୍ବାଚନୀ ଯୋଜନା ସେ ବିଷୟରେ ଆମ କାର୍ଯ୍ୟକ୍ରମ ନେତାଙ୍କୁ ପାଞ୍ଚଟି ପ୍ରଶ୍ନରେ ତାଙ୍କ ସହ ଆଲୋଚନା ।

By

Published : Apr 26, 2019, 9:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆସନ୍ତା 29ରେ ଶେଷ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ତେଣୁ ମତଦାନ ପାଇଁ ବାକି ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ଉଷ୍ମତା । ସମସ୍ତ ରାଜନୈତିକ ଦଳ ଲାଗି ପଡିଛନ୍ତି ପ୍ରଚାର କାର୍ଯ୍ୟରେ । ତେବେ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆସନ୍ତା 29ରେ ହେବ ମତଦାନ । ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ପଟେ ଦୁଇ ଦୁଇ ଥର ବିଧାୟକ ଭାବେ ବିଜୟ ଲାଭ କରିଥିବା ବିଜେଡି ପ୍ରାର୍ଥୀ ପ୍ରମୋଦ ମଲ୍ଲିକ ଅନ୍ୟପଟେ ବିଜେପି ପାଇଁ ଚଳିତ ଥର ପ୍ରାର୍ଥୀ ହୋଇଛନ୍ତି ଛବି ମଲ୍ଲିକ । ତେବେ ଛବି ମଲ୍ଲିକଙ୍କର କଣ ରହିଛି ନିର୍ବାଚନୀ ଯୋଜନା ସେ ବିଷୟରେ ଆମ କାର୍ଯ୍ୟକ୍ରମ ନେତାଙ୍କୁ ପାଞ୍ଚଟି ପ୍ରଶ୍ନରେ ତାଙ୍କ ସହ ଆଲୋଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

19 ବର୍ଷର ଶାସନ କାଳରେ ରାଜ୍ୟ ସରକାରଙ୍କ ବିଫଳତାକୁ ଏଥର ମୁଖ୍ୟ ମୁଦ୍ଦା କରିଛୁ ବୋଲି କହିଛନ୍ତି ଛବି ମଲ୍ଲିକ । ବିଜୟୀ ହେଲେ ନିଆଳି ବାସୀଙ୍କ ବିକାଶ କରିବି, ଶିକ୍ଷା, ସ୍ବାସ୍ଥ୍ୟର ଉନ୍ନତି କରିବା ସହ ଦୁର୍ନୀତିର ମୂଳପୋଛ କରିବା ନେଇ ଦୃଢ଼କ୍ତି ପ୍ରକାଶ କରିଛନ୍ତି ଛବି । ‘ଏଥର ବିଜେପି’ ସ୍ଲୋଗାନକୁ ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଛବି ମଲ୍ଲିକ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details