ଓଡିଶା

odisha

ETV Bharat / state

କଟକ ପୁରୁଣା ରାଉସାପାଟଣାରୁ ଆଉ 5 କୋରୋନା ପଜିଟିଭ ଚିହ୍ନଟ - 5 new corona cases reports in puruna rausapatana

ଅନେକ ସଚେତନତା ଓ କଟକଣା ସତ୍ତ୍ବେ କଟକରେ କାୟା ବିସ୍ତାର କରୁଛି କୋରୋନା। ଯାହାକୁ ନେଇ ଚିନ୍ତାରେ ପ୍ରଶାସନ । ଅଧିକ ପଢନ୍ତୁ...

କଟକ ପୁରୁଣା ରାଉସାପାଟଣାରୁ ଆଉ 5 କୋରୋନା ପଜିଟିଭ ଚିହ୍ନଟ
କଟକ ପୁରୁଣା ରାଉସାପାଟଣାରୁ ଆଉ 5 କୋରୋନା ପଜିଟିଭ ଚିହ୍ନଟ

By

Published : Jul 13, 2020, 11:28 AM IST

କଟକ: ପୁରୁଣା ରାଉସାପାଟଣାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା କଟକ ମହାନଗର ନିଗମ। ଉକ୍ତ ଅଞ୍ଚଳରେ ରବିବାର ଆଉ ୫ଟି ନୂଆ ପଜିଟିଭ ଚିହ୍ନଟ ପରେ ଏଭଳି ନିଷ୍ପତ୍ତି ନେଇଛି ସିଏମସି ।

ଏନେଇ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ ପାଇଁ କଟକଣା ଜାରି କରାଯାଇଛି। କୌଣସି ବାହାର ଲୋକ ସେହି ଅଞ୍ଚଳକୁ ପ୍ରବେଶ କରି ପାରିବେ ନାହିଁ । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ସିଏମସି ।

ସେହିପରି ଘର ଘର ବୁଲି ସାନିଟାଇଜ କରାଯିବ। ମଙ୍ଗଳବାର ଠାରୁ କଣ୍ଟାକ୍ଟ ଟ୍ରେସିଂ କରାଯିବ। ତେବେ ଉକ୍ତ ଅଞ୍ଚଳ ମଧ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details