ଓଡିଶା

odisha

ETV Bharat / state

ବାଲିଯାତ୍ରା ଫୁଡ୍ ଷ୍ଟଲରେ ଚଢ଼ାଉ: ସାଢେ ୪ କୁଇଣ୍ଟାଲ ଖାଦ୍ୟ ନଷ୍ଟ - କଟକ ବାଲିଯାତ୍ରା

ପଞ୍ଚମ ଦିନରେ ବାଲିଯାତ୍ରାର ବିଭିନ୍ନ ଫୁଡ୍ ଷ୍ଟଲରେ ଚଢ଼ାଉ କରିଥିଲା ସିଏମସି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବିଭାଗର ଟିମ୍ ବିଭିନ୍ନ ଷ୍ଟଲ ଉପରେ ଚଢ଼ାଉ କରି ଶନିବାର ସାଢ଼େ 4 କ୍ବୁଣ୍ଟାଲରୁ ଅଧିକ ବାସିଖାଦ୍ୟ ନଷ୍ଟ କରିଛି ।

ବାଲିଯାତ୍ରା ଫୁଡ୍ ଷ୍ଟଲରେ ଚଢ଼ାଉ: ସାଢେ ୪ କୁଇଣ୍ଟାଲ ଖାଦ୍ୟ ନଷ୍ଟ

By

Published : Nov 17, 2019, 3:57 AM IST

କଟକ: ଶନିବାର ପଞ୍ଚମ ଦିନରେ ବାଲିଯାତ୍ରାର ବିଭିନ୍ନ ଫୁଡ୍ ଷ୍ଟଲ ଉପରେ ଚଢ଼ାଉ କରିଥିଲା ସିଏମସି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବିଭାଗର ଟିମ୍ ବିଭିନ୍ନ ଷ୍ଟଲ ଉପରେ ଚଢ଼ାଉ କରି ଶନିବାର ସାଢ଼େ 4 କ୍ବୁଣ୍ଟାଲରୁ ଅଧିକ ବାସିଖାଦ୍ୟ ନଷ୍ଟ କରିଛି ।

ବାଲିଯାତ୍ରା ଫୁଡ୍ ଷ୍ଟଲରେ ଚଢ଼ାଉ: ସାଢେ ୪ କୁଇଣ୍ଟାଲ ଖାଦ୍ୟ ନଷ୍ଟ

ବିଶେଷକରି ଖାଦ୍ୟରେ ରଙ୍ଗ ମିଶ୍ରଣ କରିବା ଉପରେ କଡା ନଜର ରଖିଛି ସିଏମସିର ସ୍ବାସ୍ଥ୍ୟ ବିଭାଗ । ଅଧିକାଂଶ ଦୋକାନୀ 4 ଦିନର ବାସିଖାଦ୍ୟ ରଖି ବିକ୍ରୟ କରିବା ପାଇଁ ଚେଷ୍ଟା ଚଳାଉ ଥିବା ସମୟରେ ଏହି ଚଢାଉ ହୋଇଥିଲା ।

ତେବେ ସ୍ବାସ୍ଥ୍ୟ ବିଭାଗର ଏଭଳି ଚଢ଼ାଉ ଫଳରେ ଅନେକ ବ୍ୟବସାୟୀ ଭୟରେ ବାସିଖାଦ୍ୟ ନଷ୍ଟ କରିଦେଉଥିବା ଦେଖିବାକୁ ମିଳିଥିଲା । ଏହି ପ୍ରକ୍ରିୟା ପ୍ରତ୍ୟକ ଦିନ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details