ଓଡିଶା

odisha

ETV Bharat / state

କୁଖ୍ୟାତ ବନ୍ଧୁକ ଚୋରାଚାଲାଣକାରୀ ସୁଧୀର ସ୍ବାଇଁ ସମେତ 4 ଗିରଫ - sudhir swain

ଦୀର୍ଘ ଦିନ ଧରି ବନ୍ଧୁକ ଚୋରା ଚାଲାଣ କରିଆସୁଥିବା କୁଖ୍ୟାତ ଅପରାଧୀ ସୁଧୀର ସ୍ବାଇଁ ଓ ତାର 4 ଜଣ ସହଯୋଗୀକୁ ଗିରଫ କରିଛି ପୋଲିସ । ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଅଧିକ ପଢନ୍ତୁ...

କୁଖ୍ୟାତ ବନ୍ଧୁକ ଚୋରାଚାଲାଣକାରୀ ସୁଧୀର ସ୍ବାଇଁଙ୍କ ସମେତ 4 ଗିରଫ
କୁଖ୍ୟାତ ବନ୍ଧୁକ ଚୋରାଚାଲାଣକାରୀ ସୁଧୀର ସ୍ବାଇଁଙ୍କ ସମେତ 4 ଗିରଫ

By

Published : Oct 14, 2020, 8:43 PM IST

କଟକ: ଜଗତସିଂହପୁରରୁ କଟକ ହେଉଥିଲା ବନ୍ଧୁକ ଓ ଗୁଳି ଚାଲଣ । ଆଉ ଏହା ଉପରେ କମିଶନରେଟ ପୋଲିସର ପଡିଥିଲା ନଜର। ଯାହାକୁ ନେଇ ଗିରଫ ହେଲେ କୁଖ୍ୟାତ ଅପରାଧୀ ସୁଧୀର ଓ ତାର 3 ଜଣ ସାଥୀ । ତେବେ ଏହି 4 ଜଣଙ୍କୁ ଆଜି (ବୁଧବାର) ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

ତେବେ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଅନେକ ଯୋଜନା କରିଥିବାବେଳେ ଏଯାବତ ପୋଲିସ ପଞ୍ଝାରୁ ଖସି ଯାଉଥିଲେ ସୁଧୀର ଓ ତାର ଗ୍ୟାଙ୍ଗ। ହେଲେ ଶେଷରେ ପୋଲିସ ହାତରେ ଧରାପଡିଛନ୍ତି ଏହି 4 ଅଭିଯୁକ୍ତ। ଗିରଫ ସମୟରେ 5 ଟି 9 ଏମଏମ ବନ୍ଧୁକ, 50 ଟା ଅଫୁଟା ଗୁଳି, ଏକ ହୁଣ୍ଡାଇ କାର ଓ 7 ଟି ଦାମୀ ମୋବାଇଲ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ।

କୁଖ୍ୟାତ ବନ୍ଧୁକ ଚୋରାଚାଲାଣକାରୀ ସୁଧୀର ସ୍ବାଇଁଙ୍କ ସମେତ 4 ଗିରଫ

ତେବେ ଏମାନେ ବିଶେଷକରି ବିଭିନ୍ନ ଜିଲ୍ଲାକୁ ବନ୍ଧୁକ ଚୋରାଚାଲାଣ କରିଥନ୍ତି। କଟକର ବିଭିନ୍ନ ଥାନା ସମସେତ ଅନେକ ଜିଲ୍ଲାରେ ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details