ଓଡିଶା

odisha

ETV Bharat / state

ବଜ୍ରପାତରେ ମଇଁଷି ଚରାଳି ସମେତ 4 ମଇଁଷି ମୃତ - ବଜ୍ରପାତରେ ମଇଁଷି ଚରାଳି ସମେତ 4 ମଇଁଷି ମୃତ

ବଜ୍ରପାତରେ ଜଣେ ମଇଁଷି ଚରାଳି ସମେତ 4 ମଇଁଷି ମୃତ । ମୃତକ ଜଣକ ହେଉଛନ୍ତି ବାଙ୍କି ଥାନା ଅନ୍ତର୍ଗତ ନୂଆ ଓସ୍ତିଆ ଗ୍ରାମର ପୀତବାସ ବେହେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 3, 2019, 3:02 PM IST

କଟକ: ବଜ୍ରପାତରେ ଜଣେ ମଇଁଷି ଚରାଳି ସମେତ 4 ମଇଁଷି ମୃତ । ମୃତକ ଜଣଙ୍କ ହେଉଛନ୍ତି ବାଙ୍କି ଥାନା ଅନ୍ତର୍ଗତ ନୂଆ ଓସ୍ତିଆ ଗ୍ରାମର ପୀତବାସ ବେହେରା । ସୂଚନା ଅନୁଯାୟୀ ଗୁରୁବାର ମଇଁଷି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରୁ ପୀତବାସଙ୍କର ମୃତ୍ୟୁ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବଜ୍ରପାତ ଯୋଗୁଁ ଘଟଣାସ୍ଥଳରେ ହିଁ ପୀତବାସଙ୍କର ମୃତ୍ୟୁ ହୋଇଥିବା ବେଳେ 4ଟି ମଇଁଷିଙ୍କର ବି ମୃତ୍ୟୁ ହୋଇଥିଲା । କେବଳ ସେତିକି ନୁହେଁ ବାଙ୍କି ଓ ଆଠଗଡ ଅଞ୍ଚଳରେ ଏହାଦ୍ବାରା ଅନେକ କ୍ଷୟକ୍ଷତି ହୋଇଛି । ଆଠଗଡ ବଜାରରେ ଦଶହରା ପାଇଁ ନିର୍ମାଣ ହୋଇଥିବା ତୋରଣ ସବୁ ଭାଙ୍ଗି ଯାଇଥିବା ବେଳେ ଗୋଟିଏ ଘର ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details