କଟକ: ସ୍ପେଶାଲ ସ୍କ୍ୱାର୍ଡକୁ ସଫଳତା । ଦୁଇ ଦିନ ମଧ୍ୟରେ 1.5 ଲକ୍ଷ ଟଙ୍କାର ବେଆଇନ ମଦ କାରବାର ଉପରେ ଚଢାଉ । 480 ବିଦେଶୀ ମଦ ବୋତଲ 50 ଲିଟର ଆଇଡି ଲିକର ଜବତ କରିଛି ସ୍କ୍ୱାର୍ଡ । ଏହାସହ 28 ,290 ଟଙ୍କା ଓ 2ଟା ସ୍କୁଟର ମଧ୍ୟ ଜବତ କରିଛି ବିଭାଗ ।
କଟକ ସ୍ପେଶାଲ ସ୍କ୍ୱାର୍ଡର ଚଢାଉ; ବିପୁଳ ପରିମାଣର ମଦ ଜବତ, 4 ଗିରଫ - ସ୍ପେଶାଲ ସ୍କ୍ୱାର୍ଡକୁ ଚଢାଉ
ଲକଡାଉନ ସମୟରେ ବଢିଛି ବେଆଇନ ମଦ ବେପାର କାରବାର । ଦୋକାନ ବଜାର ବନ୍ଦ ଥିବାରୁ ଲୁଚା ଛପାରେ ଚାଲିଛି କାରବାର । କଟକର କେତେକ ସାହିରେ ବେଆଇନ କାରବାର ଖବର ପାଇବା ପରେ ଚଢାଉ କରିଥିଲା ସ୍ପେଶାଲ ସ୍କ୍ବାର୍ଡ । ଅଧିକ ପଢନ୍ତୁ...
କଟକ ସ୍ପେଶାଲ ସ୍କ୍ୱାର୍ଡକୁ ଚଢାଉ
ଏଥିସହ ଏହି ମାମଲାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ସନ୍ତୋଷ ସାମଲ , ସନ୍ତୋଷ ସାବତ , ତାପସ କବି ଓ ରାଜା ସେଠୀ । ଏମାନେ ବେଆଇନ ମଦ କାରବାର ରାଣୀହାଟ ଶଗଡିଆ ସାହି , ଢିହସାହି, ଉପର ତେଲେଙ୍ଗା ବଜାର କରୁଥିବା ନେଇ ଖବର ପାଇଥିଲା କଟକ ପୋଲିସ ସ୍ପେଶାଲ ସ୍କ୍ବାର୍ଡ । ଏହା ପରେ ଉକ୍ତ ସ୍ଥାନରେ ଚଢାଉ କରାଯାଇଥିଲା । ଗିରଫ 4 ଜଣକୁ କରି କୋର୍ଟ ଚାଲାଣ କରାଯିବା ସହ ମାମଲାର ଆହୁରି ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଲିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ