ଓଡିଶା

odisha

ETV Bharat / state

3ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ, ନାବାଳକ ଅଟକ

ଚାଉଳିଆଗଞ୍ଜ ଅଞ୍ଚଳରେ 3ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

By

Published : Oct 20, 2019, 5:39 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କଟକ: ସିଲଭରସିଟିର ଚାଉଳିଆଗଞ୍ଜ ଅଞ୍ଚଳରେ 3ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏନେଇ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ପୋଲିସ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details