ଓଡିଶା

odisha

ETV Bharat / state

କରୋନା ପାଇଁ ଚୌଦ୍ବାର ଜେଲରୁ ୩୮ କଏଦୀଙ୍କୁ ମିଳିଲା ପାରୋଲ - ଚୌଦ୍ବାର ଜେଲ

ଚୌଦ୍ବାର ସର୍କଲ ଜେଲରୁ ପାରୋଲରେ ମୁକୁଳିଲେ 38 କଏଦୀ । କୋରୋନା ଯୋଗୁଁ ଜେଲ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ...

38 prisoner released, chaudar jail, cuttack, କଟକ ଖବର, ୩୮ କଏଦୀଙ୍କୁ ମିଳିଲା ପାରୋଲ, ଚୌଦ୍ବାର ଜେଲ, କଟକ ଚୌଦ୍ବାର ଜେଲ
କରୋନା ପାଇଁ ଚୌଦ୍ବାର ଜେଲରୁ ୩୮ କଏଦୀଙ୍କୁ ମିଳିଲା ପାରୋଲ

By

Published : Apr 8, 2020, 12:30 AM IST

କଟକ: ଚୌଦ୍ବାର ସର୍କଲ ଜେଲରେ ରହୁଥିବା କଏଦୀ ମାନଙ୍କ ମଧ୍ୟରୁ ୩୮ ଜଣଙ୍କୁ ପାରୋଲରେ ଯିବା ପାଇଁ ମଞ୍ଜୁର ମିଳିଛି । ୮ ଜଣ କଏଦୀ ଆନୁସଙ୍ଗିକ କାଗଜପତ୍ର ଦାଖଲ କରି ଘରକୁ ଯାଇଥିବା ବେଳେ ଲକଡାଉନ ପାଇଁ ଅବଶିଷ୍ଟ ୩୦ ଜଣ କାଗଜପତ୍ର ଦାଖଲ କରି ପାରିନଥିବାରୁ ସେମାନେ ଯାଇ ପାରି ନାହାଁନ୍ତି।

କାଗଜପତ୍ର ଦାଖଲ ହେଲେ ଆସନ୍ତା ୨ ଦିନ ଭିତରେ ସେମାନଙ୍କୁ ଛୁଟିରେ ଛାଡ଼ି ଦିଆଯିବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥିସହ ୬୪ ଜଣ ବିଚାରଧୀନ କଏଦୀଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଜେଲ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି।

କୋରୋନା ମୁକାବିଲା ପାଇଁ ଜେଲ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଜେଲରେ ୯୬୧ କଏଦୀ ରହିବାର ବ୍ୟବସ୍ଥା ଥିଲାବେଳେ ଏବେ ୯୪୧ ଜଣ କଏଦୀ ରହୁଛନ୍ତି। ସେମାନଙ୍କୁ ପୃଥକ ରଖିବା ଓ ପୃଥକ ଭାବେ ଖାଇବାକୁ ଦେବା ସହ ନିୟମିତ ଭାବେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ୫୦ ଜଣ କଏଦୀଙ୍କୁ ସାଲେପୁର ଜେଲକୁ ସ୍ଥାନାନ୍ତର କରାଯାଇଛି। ସୋମବାର ଜେଲକୁ ଆସିଥିବା ୨୫ ଜଣ ବିଚାରଧୀନ କଏଦୀଙ୍କୁ ଆଇସୋଲେସନରେ ରଖା ଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details