ଓଡିଶା

odisha

ପୁଣି ମାତିଲେ ଅମାନିଆ: ସାମାଜିକ ଦୂରତ୍ବକୁ ଫୁ, ଗଣିଲେ ଫାଇନ

ଯେତେ ସଚେତନ କରିଲେ ବି ସୁଧୁରୁନାହାନ୍ତି ଅମାନିଆ । ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଦେଲେ ଫାଇନ । ଅଧିକ ପଢନ୍ତୁ...

By

Published : Jul 18, 2020, 10:48 PM IST

Published : Jul 18, 2020, 10:48 PM IST

ପୁଣି ମାତିଲେ ଅମାନିଆ: ସାମାଜିକ ଦୂରତ୍ବକୁ ଫୁ, ଗଣିଲେ ଫାଇନ
ପୁଣି ମାତିଲେ ଅମାନିଆ: ସାମାଜିକ ଦୂରତ୍ବକୁ ଫୁ, ଗଣିଲେ ଫାଇନ

କଟକ: ସିଲଭର ସିଟିରେ ଆରମ୍ଭ ହେଲା ଲକଡାଉନ । ଆଉ ଆରମ୍ଭ ହୋଇଗଲା ପୁରୁଣା ଦୃଶ୍ୟ । ସାମାଜିକ ଦୂରତ୍ବ ନିୟମକୁ ଫୁ କରି ଫାଇନ ଗଣିଲେ ଅମାନିଆ ।

ଯେତେ ସଚେତନ କରିଲେ ବି ସୁଧୁରୁନାହାନ୍ତି ଅମାନିଆ । ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଦେଲେ ଫାଇନ । ଶନିବାର ସମାଜିକ ଦୂରତ୍ବ ଆଇନ ଭଙ୍ଗ କରି ଜିଲ୍ଲାରେ 337 ଜଣ ତଣ୍ଡ ଗଣିଛନ୍ତି ।

ସେହିପରି 159 ଜଣ ମାସ୍କ ନପିନ୍ଧି ଭରିଛନ୍ତି ଫାଇନ । ତେବେ ଏହି ଲକଡାଉନ ଜୁଲାଇ 31 ପର୍ଯ୍ୟନ୍ତ ଜାରି ରହିବ । ଦେଖିବାକୁ ବାକି ରହିଲା ଏହା ଭିତରେ କେତେ ଲୋକ ନିୟମ ଭାଙ୍ଗୁଛନ୍ତି ଆଉ କେତେ ମାନୁଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details