ଓଡିଶା

odisha

ETV Bharat / state

ବନ୍ଦ ଘରୁ 3 ବର୍ଷର ଶିଶୁକୁ ଉଦ୍ଧାର କଲା ଚାଇଲ୍ଡଲାଇନ

କଟକ ବିଡାନାସୀ ଥାନା ଅନ୍ତର୍ଗତ କୃଷକ ବଜାରରେ ଥିବା ଏକ ଟିଣ ଘରୁ ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡଲାଇନ । ତେବେ ପିଲାଟିକୁ ୫ ବର୍ଷରୁ କମ ବୟସ ହୋଇଥିବାରୁ ନିୟମ ଅନୁଯାୟୀ ତାକୁ ସତନ୍ତ୍ର ଆଡପସନ ଏଜେନ୍ସିରେ ଥଇଥାନ କରାଯିବ ବୋଲି ଚାଇଲ୍ଡଲାଇନ ସଦସ୍ୟ କହିଛନ୍ତି ।

By

Published : Jun 27, 2019, 6:29 PM IST

Updated : Jun 27, 2019, 6:38 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ଦୀର୍ଘ 6 ଘଣ୍ଟା ପରେ ଟିଣ ଘରୁ ଉଦ୍ଧାର ହେଲା 3 ବର୍ଷର ଶିଶୁ । କଟକ ବିଡାନାସୀ ଥାନା ଅନ୍ତର୍ଗତ କୃଷକ ବଜାରରେ ଥିବା ଏକ ଟିଣ ଘରୁ ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡଲାଇନ ବିଭାଗ । ସୂଚନା ଅନୁଯାୟୀ, ଦିନ ୧୧ଟା ସମୟରେ ଏକ ବନ୍ଦ ଘରୁ ଜଣେ ଛୋଟ ପିଲାର କାନ୍ଦ ଶୁଣିବାକୁ ପାଇଥିଲେ ଜଣେ ସ୍ଥାନୀୟ ଅଟୋ ଡ୍ରାଇଭର । ଏ ବିଷୟରେ ସେ ତୁରନ୍ତ ଚାଇଲ୍ଡଲାଇନକୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ତେବେ ଖବରପାଇ ଚାଇଲ୍ଡଲାଇନ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲା । ଘରଟି ତାଲା ପଡିଥିବାରୁ ପୋଲିସ ଉପସ୍ଥିତିରେ ଘରର ତାଲା ଭାଙ୍ଗି ପିଲାଟିକୁ ଉଦ୍ଧାର କରିଥିଲେ ଚାଇଲ୍ଡଲାଇନ ସଦସ୍ୟ । ଏହା ପରେ ଶିଶୁଭବନରେ ପିଲାଟିର ସ୍ୱାସ୍ଥ୍ୟ ପରୀକ୍ଷା ହେବା ପରେ ଚାଇଲ୍ଡଲାଇନକୁ ହସ୍ତାନ୍ତର କରାଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଶିଶୁଟିର ମାଆ ବାହାରକୁ କାମ କରିବାକୁ ଯାଉଥିବାରୁ ପିଲାଟିକୁ ଘରେ ବନ୍ଦ କରି ତାଲା ପକାଇ ପଳାଇ ଯାଇଥିଲା ।

ମାତ୍ର ଏ ପର୍ଯ୍ୟନ୍ତ ଶିଶୁଟିର ବାପା ମାଆଙ୍କ କୌଣସି ପରିଚୟ ମିଳିପାରିନାହିଁ । ତେବେ ପିଲାଟିକୁ ୫ ବର୍ଷରୁ କମ ବୟସ ହୋଇଥିବାରୁ ନିୟମ ଅନୁଯାୟୀ ତାକୁ ସତନ୍ତ୍ର ଆଡପସନ ଏଜେନ୍ସିରେ ଥଇଥାନ କରାଯିବ ବୋଲି ଚାଇଲ୍ଡଲାଇନ ସଦସ୍ୟ କହିଛନ୍ତି । ଶିଶୁର ବାପାମାଆଙ୍କ ପରିଚୟ ମିଳିବା ପରେ ଘଟଣା ବିଷୟରେ ଅନୁଧ୍ୟାନ କରାଯାଇ ଥାନାରେ ମାମଲା ରୁଜୁ କରାଯିବ ବୋଲି ସୂଚନା ଦେଇଛନ୍ତି ଚାଇଲ୍ଡଲାଇନ ସଦସ୍ୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jun 27, 2019, 6:38 PM IST

For All Latest Updates

ABOUT THE AUTHOR

...view details