ଓଡିଶା

odisha

ETV Bharat / state

ହାଇପ୍ରୋଫାଇଲ ଜମି ଠକେଇର ପର୍ଦ୍ଦାଫାଶ, 3 ଗିରଫ - ହାଇପ୍ରୋଫାଇଲ ଜମି ଠକ

ହାଇପ୍ରୋଫାଇଲ ଜମି ଠକଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଜମି ଦେବା ନାଁରେ ବ୍ୟାଙ୍କରେ ନକଲି କାଗଜପତ୍ରକୁ ଚଞ୍ଚକତା କରି 60 ଲକ୍ଷ ଟଙ୍କାର ହେରଫେର କରିଥିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ହାଇପ୍ରୋଫାଇଲ ଜମି ଠକେଇର ପର୍ଦ୍ଦାଫାସ , 3 ଗିରଫ
ହାଇପ୍ରୋଫାଇଲ ଜମି ଠକେଇର ପର୍ଦ୍ଦାଫାସ , 3 ଗିରଫ

By

Published : Sep 11, 2021, 4:12 PM IST

କଟକ: ହାଇ ପ୍ରୋଫାଇଲ ଜମି ଠକଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଜମି ଦେବା ନାଁରେ ବ୍ୟାଙ୍କରେ ନକଲି କାଗଜପତ୍ରକୁ ଚଞ୍ଚକତା କରି 60 ଲକ୍ଷ ଟଙ୍କାର ହେରଫେର କରିଥିଲେ ଦୁର୍ବୃତ୍ତ । ତେବେ ଜମି ମାଲିକଙ୍କ ଅଜ୍ଞାତରେ ତାଙ୍କ ଜମିର ନକଲି ଦସ୍ତାବିଜ ଦାଖଲ କରି ବ୍ୟାଙ୍କରୁ ଋଣ ନେଉଥିବା ଏହି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି କଟକ ଲାଲବାଗ ଥାନା ପୋଲିସ। ଏହି ଗ୍ୟାଙ୍ଗର 3 ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ସଂଖ୍ୟକ ନକଲି ତଥା ଜାଲ ଦସ୍ତାବିଜ ଓ କାଗଜପତ୍ର ମଧ୍ୟ ପୋଲିସ ଜବତ କରିଛି।

ହାଇପ୍ରୋଫାଇଲ ଜମି ଠକେଇର ପର୍ଦ୍ଦାଫାସ , 3 ଗିରଫ

ଏହି 3 ଜଣ ହେଉଛନ୍ତି ସତ୍ୟ ଶଙ୍କର ଶତପଥୀ, କ୍ଷେତ୍ର ମୋହନ ତ୍ରିପାଠୀ ଓ ରାଜ କିଶୋର ସ୍ବାଇଁ । ଏହାପୂର୍ବରୁ କୋଟି କୋଟି ଟଙ୍କା ଠକି ଥିବା ନେଇ ପୋଲିସ ଅମୁମାନ କରୁଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ସତ୍ୟ ଶଙ୍କର ଶତପଥୀ, କ୍ଷେତ୍ର ମୋହନ ତ୍ରିପାଠୀ ଓ ରାଜକିଶୋର ସ୍ବାଇଁ ଚନ୍ଦକା ଅଞ୍ଚଳରେ ଥିବା ନୟାଗଡ଼ ବାସିନ୍ଦା ସତ୍ୟବାଦୀ ବଳିୟାରସିଂଙ୍କ ଏକ ଜମିକୁ ବନ୍ଧା ପକାଇ କଟକ ଲାଲବାଗ ଅଞ୍ଚଳରେ ଥିବା ୟୁନିୟନ ବ୍ୟାଙ୍କରୁ 60 ଲକ୍ଷ ଟଙ୍କାର ଋଣ ଆଣି ଥିଲେ।

ତେବେ 2019 ମସିହାରେ ନିଆଯାଇଥିବା ଏହି ଋଣକୁ ପରିଶୋଧ କରା ନ ଯିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଠକେଇ ସମ୍ପର୍କରେ ସୂଚନା ପାଇଥିଲେ। ଏବଂ ଲାଲବାଗ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ। ଏହି ମାମଲାର ତଦନ୍ତ କରି ପୋଲିସ ଏହି ଗ୍ୟାଙ୍ଗର ମୁଖ୍ୟ ସତ୍ୟସଙ୍କର ଶତପଥୀ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସତ୍ୟଶଙ୍କର ପୂର୍ବରୁ ମଧ୍ୟ ଏହିଭଳି ଏକ ମାମଲାରେ ସମ୍ପୃକ୍ତ ଥିଲେ ଏବଂ ସେ ଏଭଳି ଆଉ କେତୋଟି ଠକେଇ କରିଛନ୍ତି, ତାହାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି କଟକ ଡିସିପି। ଏପଟେ ଏହି 3 ଜଣଙ୍କୁ ଗିରଫ କରିବା ପରେ ପୋଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details