ଓଡିଶା

odisha

ETV Bharat / state

ଅଡଶପୁର ବଜାର ଲୁଟ୍ ମାମଲା: ଟଙ୍କା ଓ ସୁନା ଅଳଙ୍କାର ସମେତ ୩ ଗିରଫ - ଅଡ଼ଶପୁର ବଜାର ଲୁଟ ଘଟଣା

କଟକ ଜିଲ୍ଲା ଅଧିନସ୍ଥ ଅଡ଼ଶପୁର ବଜାରରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଗହଣା ଓ ଟଙ୍କା ଲୁଟ୍‌ ଘଟଣାରେ ଓଲଟପୁର ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ଅଡ଼ଶପୁର ବଜାର ଲୁଟ ଘଟଣା: ଟଙ୍କା ଓ ସୁନା ଅଳଙ୍କାର ଜବତ ସହ ତିନି ଗିରଫ, ମାମଲା ରୁଜୁ
ଅଡ଼ଶପୁର ବଜାର ଲୁଟ ଘଟଣା: ଟଙ୍କା ଓ ସୁନା ଅଳଙ୍କାର ଜବତ ସହ ତିନି ଗିରଫ, ମାମଲା ରୁଜୁ

By

Published : Nov 27, 2021, 9:51 PM IST

ନିଆଳି: କଟକ ଜିଲ୍ଲା ଅଧିନସ୍ଥ ଅଡ଼ଶପୁର ବଜାରରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଗହଣା ଓ ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ଓଲଟପୁର ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି। ଅନ୍ୟ ଗିରଫ ଦ୍ୱୟ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳର ରାଜା ଶିକାରୀ(୨୦) ଓ ଅନ୍ୟ ଜଣେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅରଶୋଲ ଗ୍ରାମର ବିଭୂତି ଭୂଷଣ ଭୋଇ(୩୬) । ପୋଲିସ ଅଭିଯୁକ୍ତଙ୍କ ଠାରୁ ସମସ୍ତ ସୁନାଗହଣା ଓ ନଗଦ ୭୯୨୫୫ ଟଙ୍କା ଜବତ କରିଛି । ମହିଳାଙ୍କ ଅଭିଯୋଗ କ୍ରମେ ଓଲଟପୁର ଥାନା କେସ୍‌ ନଂ ୧୨୫/୨୧ରେ ଏକ ମାମଲା ରୁଜୁ କରିଛି ପୋଲିସ ।

ସୂଚନା ମୁତାବକ, କଟକ ଜିଲ୍ଲା ନିଆଳି ଥାନା ଏରଞ୍ଚ ଗ୍ରାମର ପ୍ରତିମା ରାଣୀ ସେନାପତି କାନାଡା ବ୍ୟାଙ୍କକୁ ଟଙ୍କା ଆଣିବା ପାଇଁ ଶୁକ୍ରବାର ଯାଇଥିଲେ। ଆକାଉଣ୍ଟରୁ ୮୦ ହଜାର ଟଙ୍କା ଉଠାଇଥିଲେ। ଅଧିକ ଅର୍ଥ ଆବଶ୍ୟକ ଥିବାରୁ ସେ ନିଜର ଗହଣା ବନ୍ଧକ ରଖି ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ମାତ୍ର ସୁନା ଯାଞ୍ଚ କରୁଥିବା ବଣିଆ ଆସି ନଥିବାରୁ ପ୍ରତିମା ଉକ୍ତ ଟଙ୍କାରୁ ୨୦୦ ଟଙ୍କା କାଢ଼ି ଅବଶିଷ୍ଟ ଟଙ୍କା ଓ ସୁନାଗହଣାକୁ ବ୍ୟାଗ୍‌ରେ ରଖି ଅଡ଼ଶପୁର ତ୍ରିଛକି ଆଡ଼କୁ ଚାଲିଚାଲି ଆସୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ପଛପଟୁ ଆସି ତାଙ୍କ ଠାରୁ ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ପ୍ରତିମା ଚିତ୍କାର କରିବାରୁ ଲୋକମାନେ ସେମାନଙ୍କୁ କାବୁ କରିବାବେଳେ ଅଭିଯୁକ୍ତମାନେ ବ୍ୟାଗ୍‌ଟିକୁ ଫିଙ୍ଗି ଦେଇଥିଲେ। ତେବେ ଅଭିଯୁକ୍ତ ବିଭୂତି ସେଠାରୁ ବ୍ୟାଗ୍‌ଟିକୁ ନେଇ ଫେରାର ହୋଇ ଯାଇଥିଲେ। ପୋଲିସ ଛକରେ ଲାଗିଥିବା ଏକ ସିସିଟିଭି କ୍ୟାମେରାକୁ ଯାଞ୍ଚ କରିବା ପରେ ବିଭୂତିଙ୍କୁ ଠାବ କରି ଲୁଟ୍‌ ସାମଗ୍ରୀ ଜବତ କରିଥିଲା। ଜବତ ଟଙ୍କାରୁ ବିଭୂତି ୫୪୫ଟଙ୍କା ଖର୍ଚ୍ଚ କରିଦେଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details